Latest Odisha News

BREAKING NEWS

ଆହ୍ଲାବାଦ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜବତ ହେଲା ବୋମା ସମେତ ଦେଶୀ ବନ୍ଧୁକ ଓ ଗୁଳି

ପ୍ରୟାଗରାଜ: ଉତ୍ତରପ୍ରଦେଶ ପୋଲିସ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରେ ଚଢ଼ାଉ କରି ଗୋଟିଏ କୋଠରୀରୁ ୩୦ଟି ଅଫୁଟା ବୋମା, ଦୁଇଟି ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି।

ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗ ହୋଇଥିବା ନେଇ ଖବର ପାଇବା ପରେ ପୋଲିସ ହଷ୍ଟେଲ ଭିତରେ ପଶି ଚଢାଉ କରିଥିଲା। ଯେଉଁ ସମୟରେ ପୋଲିସ ଆଖିରେ ଗୋଟିଏ କୋଠରୀରୁ ବୋମା ଓ ମାରଣାସ୍ତ୍ର ପଡିଥିଲା। ଇତିମଧ୍ୟରେ ପ୍ରୟାଗରାଜ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁଇଟି ଏତଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତି ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ ସଦାକତ ଖାନ। ଯିଏକି ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଗିରଫ ହୋଇଛନ୍ତି।

ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ହଷ୍ଟେଲର ଅଧିକାରୀ ବ୍ରିଜେଶ ସିଂ କହିଛନ୍ତି ଯେ ହଷ୍ଟେଲର ୧୧ ନମ୍ବର କୋଠରୀରେ ରହୁଥିବା ଆସିଫ ଇକବାଲ ଗଣ୍ଡଗୋଳ ପରେ ପୋଲିସର ସାହାଯ୍ୟ ଲୋଡିଥିଲେ। କାରଣ ସେ ସେହି ରାତିରେ ତାଙ୍କ ଉପରେ ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ସେ ପୋଲିସକୁ କହିଛନ୍ତି ଯେ ଅଗଷ୍ଟ ୧୮ ତାରିଖ ରାତିରେ ତାଙ୍କ ରୁମ୍ ସହଯୋଗୀ ଜଲାଲ ଆକବରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ସେହିଦିନ ରାତିରେ ସେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ସେମାନେ ଇକବାଲଙ୍କୁ ତାଙ୍କ ରୁମରେ ଆକ୍ରମଣ କରିବା ସହ ଏକ ଦେଶୀ ବୋମା ଓ ଦେଶୀ ଅସ୍ତ୍ରଶସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଇକବାଲ୍ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଯାଇ ପୋଲିସକୁ ଖବର ଦେଇଥିଲେ।

Leave A Reply

Your email address will not be published.