Latest Odisha News

BREAKING NEWS

ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ

ସିଡନୀ: ଅଷ୍ଟ୍ରେଲିଆ ସିଡନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିଡନୀର ସବୁଠାରୁ ଲୋକପ୍ରିୟ ବେଳାଭୂମି ମଧ୍ୟରୁ ଅନ୍ୟତମ ବଣ୍ଡି ବିଚରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଛି।

ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଘଟଣା ପରେ ବହୁ ସଂଖ୍ୟକ ଲୋକ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଦେଖାଯାଇଛି। ଖବର ପାଇ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ

ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ କହିଛି ଯେ, ବଣ୍ଡି ବିଚରେ ହୋଇଥିବା ଗୁଳିମାଡରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଜନସାଧାରଣଙ୍କୁ ଉକ୍ତ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିବା ସହ ଘଟଣାସ୍ଥଳରେ ଉପସ୍ଥିତ ବ୍ୟକ୍ତିମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

 

 

 

Leave A Reply

Your email address will not be published.