Latest Odisha News

BREAKING NEWS

ଉନ୍ମୋଚିତ ହେଲା ରାଜ୍ୟପାଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି ।  ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ରାଜଭବନ ପରିସରରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଏ ଅବସରରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଉପସ୍ଥିତ ଥିଲେ ।

ପୁସ୍ତକ ପ୍ରକାଶ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି । ପୁସ୍ତକଟି ଶ୍ରୀମଦ୍ ଭଗବତ୍‌ଗୀତାର କର୍ମଯୋଗ ଉପରେ ଆଧାରିତ ।
ଏ ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଗୀତାକୁ କୌଣସି ଧର୍ମ, ଦେଶ ବା କାଳଖଣ୍ଡ ଭିତରେ ବାନ୍ଧିହେବନାହିଁ । ଏ ଗ୍ରନ୍ଥ ସବୁ କାଳରେ ସବୁ ଲୋକଙ୍କ ପାଇଁ ଉପଯୋଗୀ ।

ଗୀତା କ୍ଷୁଦ୍ର ପୁସ୍ତକ ହେଲେ ହେଁ ଏହାର ବ୍ୟାଖ୍ୟା ପାଇଁ ବିଶାଳ ଗ୍ରନ୍ଥ ମଧ୍ୟ ନିଅଣ୍ଟ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।

କରୋନା କଟକଣା ସମୟରେ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’କୁ ପୁସ୍ତକାଳୟମାନଙ୍କରେ ଉପଲବ୍ଧ କରାଇବା କଷ୍ଟସାଧ୍ୟ ଥିବାବେଳେ ଆଗ୍ରହୀ ପାଠକମାନେ ଏହାକୁ ଆମାଜନ୍ ଅନ୍‌ଲାଇନ୍ ଷ୍ଟୋରରୁ କିଣିପାରିବେ ବୋଲି ପ୍ରକାଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

ପୁସ୍ତକ ପ୍ରଦାନ ସମୟରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.