Latest Odisha News

ଟିକେଟ୍ ବ୍ଲାକମାର୍କେଟିଂ; ସମନକୁ ଏଡାଇଲେ ବୁକ୍ ମାଇ ଶୋ’ର ସିଇଓ

ମୁମ୍ବାଇ: ବୁକ୍ ମାଇ ଶୋ’ର ସିଇଓ ଆଶିଷ ହେମରାଜାନୀ ଇଓଡବ୍ଲ୍ୟୁର ୨ୟ ସମନକୁ ଏଡାଇ ଦେଇଛନ୍ତି। କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ସମନ କରିଥିଲେ ମଧ୍ଯ ଅଧିକାରୀଙ୍କ ନିକଟରେ ହାଜର ହୋଇନାହାନ୍ତି।

ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷଙ୍କୁ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଥିଲା। ଉଭୟଙ୍କୁ ପ୍ରଥମ ସମନ ସେପ୍ଟେମ୍ବର ୨୭ରେ ହୋଇଥିଲା ବେଳେ ସେପ୍ଟେମ୍ବର ୨୮ରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ସେମାନେ ହାଜର ହୋଇନଥିଲେ। ପରେ ସେପ୍ଟେମ୍ବର ୨୯ରେ ଦ୍ବିତୀୟ ଥର ପାଇଁ ସମନ ଜାରି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଇନଜୀବୀ ଅମିତ ବ୍ୟାସଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ବୁକ୍ ମାଇ ଶୋ’ର ସିଇଓଙ୍କୁ ସମନ କରିଥିଲା। ତେବେ ୨୦୨୫ ଜାନୁଆରୀ ୧୯ ରୁ ୨୧ ପର୍ଯ୍ୟନ୍ତ DY ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କୋଲ୍ଡପ୍ଲେ କନ୍ସର୍ଟ ପାଇଁ ଏହି ବୁକିଂ ପ୍ଲାଟଫର୍ମ ଟିକେଟ୍ ବ୍ଲାକ୍ ମାର୍କେଟିଂକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.