ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ ପ୍ରି କ୍ୱାର୍ଟରରେ ସେମାନେ ଆମେରିକାର ରିସେ ଷ୍ଟାଲଲଡ ଓ ନେଦରଲାଣ୍ଡର ଡେଭିଡ ପେଲଙ୍କୁ ୭-୫, ୪-୬, ୭-୬ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବାକୁ ସେମାନଙ୍କୁ ୨ ଘଂଟା ୧୯ ମିନିଟ ସମୟ ଲାଗିଥିଲା । କ୍ୱାର୍ଟରରେ ବୋପାନ୍ନର ଓ ତାଙ୍କ ସାଥୀ ନେଦରଲାଣ୍ଡ ଯୋଡି ଟାଲନ ଗ୍ରୀକ୍ସପୁର ଓ ବାର୍ଟ ଷ୍ଟିଭେନ୍ସଙ୍କୁ ଭେଟିବେ । ୪୩ ବର୍ଷୀୟ ବୋପାନ୍ନାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ମଧ୍ୟ ଟାଇଟଲ ହାସଲ ନେଇ ଆଶାୟୀ ହୋଇ ପଡିଛନ୍ତି ।
ପ୍ରଥମ ସେଟରେ ବିଜୟ ହାସଲ କରିବା ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯୋଡି ଦ୍ୱିତୀୟ ସେଟକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ତେବେ ନିର୍ଣ୍ଣାୟକ ସେଟଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହାକୁ ୭-୬(୧୦-୫)ରେ ଜିତି ବୋପାନ୍ନା-ଏବଡେନ କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ ।
Comments are closed.