Latest Odisha News

BREAKING NEWS

ୱିମ୍ବେଲଡନ: ତୃତୀୟ ରାଉଣ୍ଡରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ୪୩ ବର୍ଷୀୟ ରୋହନ ବୋପାନ୍ନା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ଡବଲ୍ସରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସୋମବାର ଦ୍ୱିତୀୟ ରାଉଣ୍ଡରେ ସେମାନେ ବ୍ରିଟେନର ୱାଇଲ୍ଡ କାର୍ଡ ଏଂଟ୍ରି ଜାକବ ଫିମଲେ ଓ ଜୋହାନସଙ୍କୁ ୭-୫ ଓ ୬-୩ ସେଟରେ ପରାସ୍ତ କରିଥିଲେ । ବୋପାନ୍ନା ଓ ଏବଡେନ ଯୋଡି ପରବର୍ତୀ ରାଉଣ୍ଡରେ ନେଦରଲାଣ୍ଡର ଡେଭିଡ ପଲ ଓ ଆମେରିକାର ରିସ ଷ୍ଟାଲଡର ଯୋଡିଙ୍କୁ ଭେଟିବେ । ଚଳିତ ୱିମ୍ବେଲଡନ ଭାରତର ଅନ୍ୟ ଖେଳାଳିମାନଙ୍କ ଅଭିଯାନ ଶେଷ ହୋଇଯାଇଛି ।

ପ୍ରଥମ ରାଉଣ୍ଡ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲୀୟ ଯୋଡି ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ନ ଦେଇ ମ୍ୟାଚ ଜିତି ନେଇଥିଲେ । ପୂର୍ବରୁ ମିକ୍ସଡ ଡବଲ୍ସରେ ବୋପାନ୍ନା ଏବଂ ଗାବ୍ରିଏଲ ଡାବ୍ରୋୱସ୍କି ଯୋଡି ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସେମାନେ ଇଭାନ ଡୋଡିଗ ଓ ଲାଟିଶା ଚାନ ଯୋଡିଙ୍କ ନିକଟରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭-୬(୭-୫), ୩-୬, ୪-୬ ସେଟରେ ପରାସ୍ତ ହୋଇଥିଲେ ।

Comments are closed.