ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୋପାନ୍ନା ଓ ତାଙ୍କ ନେଦରଲାଣ୍ଡ ଯୋଡୀ ମାଟେୱେ ମିଡିଲ କୁପଙ୍କ ସହ ମିଶି କ୍ୱାର୍ଟର ଫାଇନାଲରେ ବ୍ରିଟେନର ଲୟଡ ଗ୍ଲାସପୁଲ ଓ ଫିନଲାଣ୍ଡର ହେନେରୀ ହୋଲିୟାବାରା ଯୋଡିଙ୍କୁ ୪-୬, ୬-୪, ୭-୬ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବାକୁ ସେମାନଙ୍କୁ ୨ ଘଂଟା ୪ମିନିଟ ସମୟ ଲାଗିଥିଲା । ସେମିରେ ବୋପନ୍ନା-କୁପ ଯୋଡି ଜୁଲିୟନ ରୋଜର ଓ ହେରିୟା ଟେକାଉଙ୍କୁ ଭେଟିବେ । ୭ ବର୍ଷ ପରେ ବୋପନ୍ନା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ଏହା ପୂର୍ବରୁ ୨୦୧୫ରେ ରୋମାନିଆର ଫ୍ଲୋରିସ ମର୍ଜିୟାଙ୍କ ସହ ୱିମ୍ବେଲଡନ ସେମିରେ ପ୍ରବେଶ କରିଥିଲେ । ୨୦୧୭ରେ ମିକ୍ସଡ ଡବଲ୍ସରେ ଗ୍ରାବିୟାଲାଙ୍କ ସହ ଟାଇଟଲ ହାସଲ କରିଥିଲେ । ଏହା ପୂର୍ବରୁ ବୋପାନ୍ନା ୨୦୧୮ ଅଷ୍ଟ୍ରେଲିଆନ ଓପନର ଫାଇନାଲ, ୨୦୧୫ ୟୁଏସ ଓପନ ସେମିରେ ଏବଂ ୨୦୧୩ ଓ ୧୫ରେ ୱିମ୍ବେଲଡନର ସେମିରେ ପ୍ରବେଶ କରିଥିଲେ ।
Comments are closed.