Latest Odisha News

BREAKING NEWS

ବୋପାନ୍ନା ୧ ନମ୍ବର: ଉଦ୍ୟମ, ଦକ୍ଷତା ଆଗରେ ହାର ମାନିଲା ବୟସ

ଭାରତର ଟେନିସ ଖେଳାଳି ରୋହନ ବୋପାନ୍ନା ଏବେ ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି ସାଜିଛନ୍ତି । ୪୩ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାଙ୍କ ଉଦ୍ୟମ ଓ ଦକ୍ଷତା ଆଗରେ ବୟସ ହାର ମାନିଛି । କୁର୍ଗର ଏକ ଛୋଟ ଗ୍ରାମରୁ ଆସି ଗ୍ରାଣ୍ଡସ୍ଲାମ ଖେଳିବା ମୋ ପାଇଁ ସ୍ୱପ୍ନ ସଦୃଶ । ଜିମ ଯିବା ପାଇଁ ସମ୍ବଳ ନ ଥିଲା । ମୋ ବାପା ଏକ ହାତୁଡି ଓ କାଠ ଆଣି ଦେଇଥିଲେ । କହିଲେ ଏଥିରେ ଶରୀର ମଜଭୁତ କର । ଗୋଟିଏ କଥା ମୁଁ ଶିଖିଥିଲି ଯେଉଁ କାମ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ କରିବ ସେଥିରେ ନିଶ୍ଚିତ ସଫଳ ହେବ ।

୨୦୧୯ରେ ଗୁରୁତର ଆଘାତପ୍ରାପ୍ତ ହେବା ପରେ ତାଙ୍କ ଟେନିସ କ୍ୟାରିୟର ନେଇ ସଂଶୟ ସୃଷ୍ଟି ହୋଇଥିଲା । ସେ ଯୋଗର ସହାୟତା ନେଇଥିଲେ । ଏବେ ପରିଣତ ବୟସରେ ସେ କୌଣସି ଗୁଣରେ ଯୁବ ଖେଳାଳିଙ୍କଠାରୁ କମ ନୁହନ୍ତି । ବିଶ୍ୱର ଏକ ନମ୍ବର ଖେଳାଳି ଏହାର ପ୍ରମାଣ । ୨୦୨୧ରେ ବହୁତ କମ ମ୍ୟାଚ ଜିତିଥିଲି । ନିଜ ଉପରେ ବିଶ୍ୱାସ ତୁଟିବାକୁ ଲାଗିଥିଲା । ମାତ୍ର ଏହା ପରେ ବିଜୟ ଧାରାକୁ ଫେରିଥିଲି ଓ ଆଉ ପଛକୁ ଚାହିଁ ନାହାନ୍ତି ।

୨୦୦୨ରେ ଭାରତୀୟ ଡେଭିସ କପ ଟିମର ସଦସ୍ୟ ରୋହନ ୫ଟି ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ ଓ ଗୋଟିଏ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ୧୯ ବର୍ଷରେ ଟେନିସ କ୍ୟାରିୟର ଆରମ୍ଭ କରିଥିବା ରୋହନ ୨୦୦୭ ହୋପମ୍ୟାନ କପରେ ସାନିଆ ମିର୍ଜାଙ୍କ ସହ ମିକ୍ସଡ ଡବଲ୍ସରେ ରନର୍ସ ଅପ ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୦ରେ ଏହଶାନ ଉଲ କ୍ୟୁରେଶୀଙ୍କ ସହ ଦକ୍ଷିଣ ଆଫ୍ରିକା ଟେନିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ । ଏହା ପରେ ଏହି ଯୋଡି ୱିମ୍ବେଲଡନ କ୍ୱାର୍ଟର ଫାଇନାଲ ଓ ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଥିଲେ । ଏହା ବ୍ୟତୀତ ୪ଟି ଚ୍ୟାଲେଞ୍ଜର ଟାଇଟଲ ଜିତିଥିଲେ ।

୨୦୧୨ ଅଲିମ୍ପିକ୍ସରେ ବୋପାନ୍ନା ଓ ମହେଶ ଭୂପତି ଦ୍ୱିତୀୟ ରାଉଣ୍ଡରୁ ଆଗକୁ ବଢ଼ି ପାରି ନ ଥିଲେ । ୨୦୧୬ରେ ମିକ୍ସଡ ଡବଲ୍ସରେ ସାନିଆଙ୍କ ସହ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ରହି ଯାଇଥିଲେ । ୨୦୧୭ରେ ସେ ଫ୍ରେଂଚ ଓପନ ଡବଲ୍ସ ବିଭାଗରେ ଟାଇଟଲ ଜିତିଥିଲେ । କରୋନା  ସମୟରେ ଯୋଗର ସହାୟତାରେ ସେ ଶାରୀରିକ ଓ ମାନସିକସ୍ତରରେ ମଜଭୁତ ହୋଇଥିଲେ । ତାଙ୍କୁ ଏବେ ମାତ୍ର ୪୩ ବର୍ଷ ହୋଇଛି…ଆଗକୁ ଆହୁରି ଖେଳ ରହିଛି ।

Leave A Reply

Your email address will not be published.