ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି ।
ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା ସିନେ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜନା ଏବଂ ତ୍ରିପତି ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ବସକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ‘ୟୁ’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହି ଫିିଲ୍ମ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି । ‘ବସ୍’ ର ମୁଖ୍ୟଭୂମିକାରେ ଅଭିନୟ କରିବା ସହ କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ୱ ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଉଭୟ ଛୋଟ ଓ ବଡ଼ ପରଦାରେ ସକ୍ରିୟ ନାୟକ ରାଜ୍ ରାଜେଶ । ଏହାଛଡ଼ା ହରି ଓ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେବେ । ‘ବସ୍’ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର ।
BREAKING NEWS
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
- ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ
- ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର
- ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ
- ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି
Comments are closed.