Latest Odisha News

BREAKING NEWS

ନିରାଶ କଲେ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିବସରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡି ପଦକ ଦୌଡରୁ ବାଦ ପଡିଛନ୍ତି । ୬୨୮.୭ ପଂଏଟ ସହ ସେମାନେ ଷଷ୍ଠ ସ୍ଥାନରେ ରହିଥିଲେ । ଅନ୍ୟ ଯୋଡି ଏଲାବେନିଲ ଭାଲାରେଭିନ ଓ ସନ୍ଦୀପ ସିଂ ମଧ୍ୟ ୬୨୬.୩ ପଂଏଟ ସହ ପଦକ ଦୌଡରୁ ବାଦ ପଡିଛନ୍ତି । ଏବେ ଚୀନ ଓ ଦକ୍ଷିଣ କୋରିଆ ମଧ୍ୟରେ ସ୍ୱର୍ଣ୍ଣ ଏବଂ ଜର୍ମାନୀ ଓ କାଜକସ୍ତାନ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ । ପ୍ୟାରିସ ଗେମ୍ସରେ କଟଅଫ ମାର୍କ ୬୨୯.୭ ରଖାଯାଇଥିଲେ ମଧ୍ୟ ଭାରତୀୟ ଯୋଡି ଏହା ହାସଲ କରିବାରେ ସଫଳ ହୋଇ ନାହାନ୍ତି ।

ରୋଇଂରେ ବଲରାଜ ପଂୱାର ପୁରୁଷ ସିଙ୍ଗଲ୍ସ ସ୍କଲ୍ସରେ ୪ର୍ଥ ସ୍ଥାନରେ ରହିଛନ୍ତି । ଅବଶ୍ୟ ଆଜି ଅନ୍ୟ ମୁକାବିଲାରେ ଭାରତ ନିକଟରେ ସୁଯୋଗ ରହିଛି । ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଅର୍ଜୁନ ସିଂ, ଚୀମା, ସରବଜିତ ସିଂ, ମନୁ ଭାକର ଓ ରିଦିମ ସାଙ୍ଗୱାନ ଅଭିଯାନ ଆରମ୍ଭ କରିବେ । ହକିରେ ପୁରୁଷ ଟିମ ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ବ୍ୟାଡମିଂଟନରେ ଲକ୍ଷ୍ୟ ସେନ ଏବଂ ସାତ୍ୱିକ ସାଇରାଜ-ଚିରାଗ ଶେଟ୍ଟୀ ମୁକାବିଲାରେ ଅବତୀର୍ଣ୍ଣ ହେବେ । ମହିଳା ବକ୍ସିଂ ୫୪ କିଗ୍ରାରେ ପ୍ରୀତି ଅଭିଯାନ ଆରମ୍ଭ କରିବେ । ଏହା ବ୍ୟତୀତ ଟେବୁଲ ଟେନିସ, ଟେନିସରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ଦକ୍ଷତା ପ୍ରଦର୍ଶନ କରିବେ ।

Comments are closed.