Latest Odisha News

ରେଳ ଧାରଣାରେ ପଡିଲା ବୋଲ୍ଡର, ଗଛ: ଟ୍ରେନ ଚଳାଚଳ ବ୍ୟାହତ

ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ ।   ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି  ଟ୍ରାକରେ ବିରାଟ ବୋଲ୍ଡର ଏବଂ ଗଛ ଉପୁଡି ପଡ଼ିବା ଫଳରେ ରାୟଗଡା ଏବଂ କୋରାପୁଟ ମଧ୍ୟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି ।

ପରିସ୍ଥିତିକୁ ଦେଖି  ବିଶାଖାପଟଣମ-କୋରାପୁଟ ଡିଏମୟୁ, କୋରାପୁଟ-ବିଶାଖାପାଟନ ଡିଏମୟୁ ଏବଂ ସାମଲେଶ୍ୱରୀ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି।

ସୂଚନାଥାଉ କି, ଗତ ୩ରୁ ୪ ଦିନ ଧରି କୋରାପୁଟ, ରାୟଗଡା ଓ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ରେଳ ଟ୍ରାକ ଜଳମଗ୍ନ ହୋଇଯାଇଛି । ବଡବଡ ବୋଲ୍ଡର ଧସି ଟ୍ରାକ ଉପରେ ପଡିଛି । କୋରାପୁଟର ଇଞ୍ଜିନିୟରିଂ ଏବଂ ବୈଷୟିକ କର୍ମଚାରୀଙ୍କ ସହ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ଟ୍ରାକରୁ ବୋଲ୍ଡର ଏବଂ ଗଛ କାଢି ଟ୍ରାକ ସଫା କରିଥିବା ଜଣାଯାଇଛି ।

Leave A Reply

Your email address will not be published.