ଯାଜପୁର : ଗତକାଲି ଲଗାଣ ବର୍ଷା ଯୋଗୁଁ ବିଳମ୍ବିତ ରାତିରେ ଯାଜପୁର ଉପ-କାରାଗାର ପାଚେରୀ ଭୁଶୁଡି ପଡିଛି ।
ସୂଚନା ଅନୁଯାୟୀ ଏହି ଘଟଣାରେ କାହାର କିଛି ବିଶେଷ କ୍ଷତି ଘଟିନାହିଁ । ଅନ୍ତେବାସୀଙ୍କ ସମେତ ସେଠାକାର ଷ୍ଟାଫ୍ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଅନ୍ୟପକ୍ଷରେ ଭୁଶୁଡି ପଡିଥିବା ପାଚେରୀଟି ଅନେକ ବର୍ଷର ପୁରୁଣା ବୋଲି ଜଣାପଡିଥିବା ବେଳେ ଭାଙ୍ଗିଯାଇଥିବା ଏହି ଉପ-କାରାଗାର ୧୯୧୨ ମସିହାରେ ନିର୍ମାଣ ହୋଇଥିବା ନେଇ ସୂଚନା ମିଳିଛି ।
Comments are closed.