Latest Odisha News

BREAKING NEWS

ବିଶ୍ୱକପ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ଅମିତ

ବର୍ଲିନ: ଜର୍ମାନୀରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଭାରତକୁ ଶନିବାର ବଡ ସଫଳତା ମିଳିଛି । ପୁରୁଷ ୫୨ କେଜି ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଭାବୀ ପ୍ରଦର୍ଶନ କରି ସେ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ବକ୍ସର ଅରଗିଷ୍ଟ ତେେରେଟାଇରନ ରିଙ୍ଗକୁ ନ ଓହ୍ଲାଇବାରୁ ଅମିତଙ୍କୁ ବିଜୟୀ ଘୋଷିତ କରାଯାଇଥିଲା ।

ସେହିପରି ୯୧ କେଜି ବିଭାଗରେ ସିନିୟର ବକ୍ସଂ ସତୀଶ କୁମାର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଫାଇନାଲରେ ସେ ଆହତ ସମସ୍ୟା ଯୋଗୁ ଓହ୍ଲାଇ ନ ଥିଲେ । ମହିଳା ବିଭାଗରେ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ପୂଜା ରାଇ ଏଠାରେ ମଧ୍ୟ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି । ମହିଳା ୫୭ କେଜି ବିଭାଗରେ ଶନିବାର ବିଳମ୍ବିତ ରାତିରେ ସାକ୍ଷୀ ଓ ମନୀଷା ପରସ୍ପରକୁ ଭେଟିବେ ।

Leave A Reply

Your email address will not be published.