କାନପୁର; ଚୁଇଙ୍ଗମ୍ ଖାଇ ଚାଲିଗଲା 4 ବର୍ଷର ଶିଶୁର ଜୀବନ l ୟୁପିର କାନପୁରରୁ ଆସିଛି ଏକ ଯନ୍ତ୍ରଣାଦାୟକ ଘଟଣା l ଚୁଇଙ୍ଗମ୍ ଖାଇ ଜଣେ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି l ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିଲାଟି ତାଙ୍କ ଘରେ ଥିବା ଦୋକାନରୁ ଏକ ଚୁଇଙ୍ଗମ୍ କିଣି ଖାଇଥିଲା l କିନ୍ତୁ ଖାଇବା ପରେ ଚୁଇଙ୍ଗମଟି ଶିଶୁଟିର ତଣ୍ଟିରେ ଲାଖି ଯାଇଥିଲା l ତଣ୍ଟିରେ ଚୁଇଙ୍ଗମ୍ ଲାଗିବାର ମାତ୍ର କେଇଟା ସମୟ ମଧ୍ୟରେ ପିଲାଟିର ମୃତ୍ୟୁ ହୋଇଛି l ପିଲାଟି ମିଠା ଖାଇବାର ସଉକିନ ଥିବାରୁ ବାରମ୍ବାର ଚୁଇଙ୍ଗମ୍ କିଣି ଖାଉଥିଲା l କିନ୍ତୁ ଶେଷରେ ଏହି ଚୁଇଙ୍ଗମ୍ ପାଇଁ ପିଲାଟିର ପ୍ରାଣ ଯାଇଛି l ଏବେ ପ୍ରଶ୍ନ ଉଠିଛି କି ସତରେ କଣ ଚୁଇଙ୍ଗମ୍ ପିଲାମାନଙ୍କ ପାଇଁ ବିପଜ୍ଜନକ? ସତରେ କଣ ଚୁଇଙ୍ଗମ୍ ଜୀବନ ନେଇପାରେ …
ବାସ୍ତବରେ ଦେଖିବାକୁ ଚୁଇଙ୍ଗମ୍ ଏକ ରବର ପରି l ଏହାକୁ ଚୋବାଇବା ରବର ଚୋବାଇବା ସହ ସମାନ l ଏଥିରେ ମିଠା ଫ୍ଲେଭର ଥାଏ l ଯେଉଁଥିପାଇଁ ଛୁଆ ଠୁ ବୟସ୍କ ସମସ୍ତଙ୍କ ପସନ୍ଦ l ଏହାକୁ ଘଣ୍ଟା ଘଣ୍ଟା ଧରି ଚୋବାଇବା ପରେ ମଧ୍ୟ ଏହାର ଆକାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ l କୁହାଯାଏ ଯେ ଯେତେବେଳେ ଭୁଲ ବଶତଃ ଆମେ ଚୁଇଙ୍ଗମ୍ ଗିଳିଦେଉ ତାହା ଆମ ପେଟର ଏକ ଆବରଣ ପରି ରହିଥାଏ ଏବଂ ଅନ୍ତନଳୀରେ ଅବରୋଧ କରିଥାଏ l ବିଶେଷତଃ ଛୋଟ ପିଲାମାନଙ୍କ ପାଇଁ ଚୁଇଙ୍ଗମ୍ ଅତ୍ୟନ୍ତ ବିପଜ୍ଜନକ ଅଟେ l କାରଣ ସେମାନଙ୍କର ଖାଦ୍ୟନଳୀ ଛୋଟ l ତେଣୁ ଯଦି କୌଣସି ରବର ପରି ପଦାର୍ଥ ଖାଦ୍ୟନଳୀରେ ଅଟକିଯାଏ ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ l ଚୁଇଙ୍ଗମ୍ ଏପରି କିଛି ପଦାର୍ଥରେ ତିଆରି ହୋଇଥାଏ ଯାହାକି କୌଣସି ପଦାର୍ଥ ସହିତ ମିଶି ପାରିବ ନାହିଁ l ଏହାକୁ ହଜମ କରିବାରେ ଆମ ଶରୀର ଅସମର୍ଥ ହୋଇଥାଏ l ଅବଶ୍ୟ, କିଛି ଘଣ୍ଟା କିମ୍ବା ଦିନ ପରେ, ଏହା ଆମର ମଳ ବାଟେ ବାହାରକୁ ଚାଲିଆସେ l
ଯଦି ଚୁଇଙ୍ଗମ୍ ମଳ ଦେଇ ବାହାରକୁ ନ ବାହାରେ ତେବେ ଏହା ଅନ୍ତନଳୀରେ ଲାଗିଥାଏ, ଯାହାକି ପରା ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି କରିପାରେ l ଏଭଳି ପରିସ୍ଥିତିରେ ଡାକ୍ତରଙ୍କଠାରୁ ବିଶେଷ ପରାମର୍ଶ ନେବା ଜରୁରୀ ଅଟେ। ଯଦି ଚୁଇଙ୍ଗମ୍ ପେଟରେ ଦୀର୍ଘ ସମୟ ରହିଥାଏ, ତେବେ ଏହା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିପାରେ l ଚୁଇଙ୍ଗମ୍ ଗିଳିବା କେବଳ ପିଲାମାନଙ୍କ ପାଇଁ ନୁହେଁ ବୟସ୍କମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ l ତେଣୁ ଏହାକୁ ସ୍ୱଳ୍ପ ମାତ୍ରାରେ ସାବଧାନତାର ସହ ଖାଇବା ଉଚିତ l
ପ୍ରତ୍ୟାଖ୍ୟାନ: ଖବରଟି ମିଡ଼ିଆ ରିପୋର୍ଟ ଉପରେ ଆଧାରିତ l କୌଣସି ସମସ୍ୟାର ସମ୍ମୁଖୀନ ହେଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ l
Comments are closed.