Latest Odisha News

BREAKING NEWS

ଚଳନ୍ତା ବାଇକ୍‌ରେ ଦେହରେ ସାବୁନ ଲଗାଇ ବର୍ଷାରେ ଗାଧୋଇଲେ ଦୁଇ ଯୁବକ: ଭିଡ଼ିଓ ଭାଇରାଲ

କାନପୁର: ଏବେ ସାରା ରାଜ୍ୟରେ ମୌସୁମୀ ପହଞ୍ଚିସାରିଛି । ଅନେକ ସ୍ଥାନରେ ଲଗାତର ବର୍ଷା ହେଉଛି । ପ୍ରବଳ ଖରାରେ ଲୋକେ ଡ଼ହଳ ବିକଳ ହେଉଥିବାରୁ ଏବେ ବର୍ଷାକୁ ଲୋକେ ଖୁବ୍ ମନଭରି ଉପଭୋଗ କରୁଛନ୍ତି । ଏବେ ସୋସିଆଲ ମିଡିଆରେ ବର୍ଷା ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହେଉଛି । ବର୍ଷାରେ ଭିଜି ଭିଜି କେଉଁଠି ପ୍ରେମୀଯୁଗଳ ରୋମାଣ୍ଟିକ୍ ଗୀତରେ ନାଚୁଥିବା ବେଳେ ଆଉ କେଉଁଠି ଯୁବକଯୁବତୀ ବର୍ଷାରେ ଓଦା ହୋଇ ରିଲ୍ସ ବନାଉଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶର କାନପୁରର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜଣ ଯୁବକ ଦେହରେ ସାବୁନ ଲଗାଇ ବାଇକ୍ ଚଳାଇ ଗାଧୋଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ହସି ହସି ବେଦମ ହୋଇପଡ଼ିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯୁବକ ବାଇକ୍‌ରେ ଯାଉଛନ୍ତି । ଏହି ସମୟରେ ବର୍ଷା ପ୍ରବଳ ହେଉଛି । ଦୁଇଜଣ ଯାକ ଯୁବକ କେବଳ ପ୍ୟାଣ୍ଟ ପିନ୍ଧିଛନ୍ତି । ଆଉ ଖୋଲା ଦେହରେ ସାବୁନ ଲଗାଇ ବାଇକରେ ଯାଉଥିବାବେଳେ ବର୍ଷା ପାଣିରେ ଗାଧୋଉଛନ୍ତି । ଦେହରେ ଏମିତି ସାବୁନ ଲଗାଇଛନ୍ତି ଯେ, ପୁରା ଶରୀର ଫେଣ ହୋଇଥିବା ଦେଖିବାକୁ ମିଳିଛି । ବାଇକ୍ ପଛରେ ବସିଥିବା ଯୁବକ ଜଣକ ଅନ୍ୟ ଜଣଙ୍କ ଦେହକୁ ମଝିରେ ମଝିରେ ଘସି ବି ଦେଉଛନ୍ତି । ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏମାନଙ୍କୁ ଦେଖି ହସି ହସି ଗଡ଼ିଯିବା ସହ ଆଶ୍ଚର୍ଯ୍ୟ ବି ହୋଇଯାଇଛନ୍ତି ।

ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏନେଇ ଲୋକେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । କେହି କେହି ବିନା ହେଲମେଟରେ ଗାଡ଼ି ଚଲାଇ ଭିଡ଼ିଓ ବନାଉଥିବା ଏହି ଦୁଇ ଯୁବକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି କହିଛନ୍ତି ।

Comments are closed.