Latest Odisha News

BREAKING NEWS

ବିପିୟୁଟି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ବିପିୟୁଟି ଫାଇନାଲ୍ ସେମିଷ୍ଟର ଅନଲାଇନ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ୱିତୀୟ ଥର ପରୀକ୍ଷା ଅନୁମତି । ଅଫଲାଇରେ ପୁଣି ଥରେ ସେହି ବିଷୟର ପରୀକ୍ଷା ଦେଇ ପାରିବେ । ଏନେଇ ବିପିୟୁଟି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।

୨୦୧୯-୨୦୨୦ ଶିକ୍ଷାବର୍ଷରେ ଏକଜିଟ୍ ଅପରଚ୍ୟୁନିଟି ଫାଇନାଲ୍ ସେମିଷ୍ଟର ଅନଲାଇନ୍ ପରୀକ୍ଷାର ଥିଓରୀ ପେପରେ ଯଦି କୌଣସି ଛାତ୍ରଛାତ୍ରୀ ଫେଲ ହେବେ ସେମାନେ ପୁଣି ପରୀକ୍ଷା ଦେଇ ପାରିବେ । କୋଭିଡ ପରବର୍ତ୍ତୀ ସ୍ୱାଭାବିକ ସ୍ଥିତି ଫେରିଲେ ଓ କଲେଜ ଖୋଲିବା ପରେ ଅଫଲାଇନରେ ସଂପୃକ୍ତ ବିଷୟ ପରୀକ୍ଷା ଦେବାକୁ ଅନୁମତି ମିଳିବ ।

ବିଭିନ୍ନ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ପାଇଁ ବିପିୟୁଟି ଆରମ୍ଭ କରିଛି ଅନଲାଇନ୍ ଏକଜିଟ୍ ଅପରଚ୍ୟୁନିଟି ପ୍ରୋଗ୍ରାମ୍ । ଚଳିତ ମାସ ଶେଷ ସୁଦ୍ଧା ଅନଲାଇନ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖିଛି ବିପିୟୁଟି । ଲକଡାଉନ ଯୋଗୁ ବନ୍ଦ ରହିଥିଲା ପରୀକ୍ଷା ।

Leave A Reply

Your email address will not be published.