Latest Odisha News

BREAKING NEWS

ଧୋଇଯିବ ଅଗଷ୍ଟ ୧୫ ! ଏହି ୧୩ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଧୋଇଯିବ ଅଗଷ୍ଟ ୧୫ । ଅଗଷ୍ଟ ୧୫ରେ ଦେଶର ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବର୍ଷାରେ ଭିଜିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିଆଯାଇଛି ଏମିତି ସତର୍କ ସୂଚନା । ୧୫ ତାରିଖ ଯାଏ ପ୍ରବଳ ବର୍ଷ ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ  ।

ଆଇଏମଡିର ମିଡ ଡେ ବୁଲେଟିଂରେ ଆଗାମୀ ୨ ଦିନ ପାଇଁ  ଘଡଘଡି, ବିଜୁଳି ସହ ପ୍ରବଳ ବର୍ଷା ସମ୍ଭବନା ଥିବା ନେଇ ସତର୍କ ସୂଚନା ଦିଆଯାଇଛି । ଏ ନେଇ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଅଗଷ୍ଟ ୧୩ ତାରିଖ ବାଲେଶ୍ୱର, ଭଦ୍ରକ, ଜାଜପୁର କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଢେଙ୍କାନାଳ, ସୁନ୍ଦରଗଡ ଏବଂ ଅନଗୁଳ ଜିଲ୍ଲାର କେତେକ ସ୍ଥାନରେ ଘୂର୍ଣ୍ଣିଝଡ ହେବାର ଆଶଙ୍କା ରହିଛି ।

ସେହିପରି ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ, ଅନଗୁଳ, ବୌଦ୍ଧ ସମେତ ଅନ୍ୟ କିଛି ଜିଲ୍ଲାରେ ହାଲକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ୧୪ ତାରିଖରେ ମଧ୍ୟ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ବା ଦୁଇଟି ଜାଗାରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କିଛି ଇଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଅଗଷ୍ଟ ୧୫ ତାରିଖରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାବ୍ୟତୀତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୧୫ ତାରିଖ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ସହ ବର୍ଷା ହୋଇପାରେ ।

Comments are closed.