ବ୍ରହ୍ମପୁର:ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି। ବେଆଇନ ଭାବେ ବାଣ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ। ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ଉ ହୋଇଛି। ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ଙ୍କ ଠାରୁ ମିଳିଥିବା ସୂଚନାପ୍ର ଅନୁଯାୟୀ, ଗତ କିଛି ଦିନ ଭିତରେ ବେଆଇନ ବାଣ ବିକ୍ରି ଏବଂ ଚାଲାଣକୁ ନେଇ ମୋଟ ୧୪ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରିଛି ବ୍ରହ୍ମପୁର ପୋଲିସ।
ବଡବଜାର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଗୋସାଇଁନୂଆଗାଁ ଥାନାରେ ୨ଟି, ସଦର ଥାନା ଅଞ୍ଚଳରେ ଗୋଟିଏ, ଗୋଳନ୍ଥରା ଥାନା ଅଧିନରେ ୨ଟି, ଜରଡା ଥାନା ଅଧିନରେ ୪ଟି ଏବଂ ଦିଗପହଣ୍ଡି ଥାନା ଅଧୀନରେ ଗୋଟିଏ ମାମଲା ରୁଜୁ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି। ରବିବାର ଧନତେରାସ ଉପଲକ୍ଷେ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ନାକାବନ୍ଦୀ ଚାଲୁଥିବା ବେଳେ ଅଟୋରୁ ବିପୁଳ ପରିମାଣର ଆତସବାଜି ଜବତ ହୋଇଥିଲା ବୋଲି ଏସପି କହିଛନ୍ତି।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.