ବ୍ରହ୍ମପୁର:ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି। ବେଆଇନ ଭାବେ ବାଣ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ। ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ଉ ହୋଇଛି। ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍ଙ୍କ ଠାରୁ ମିଳିଥିବା ସୂଚନାପ୍ର ଅନୁଯାୟୀ, ଗତ କିଛି ଦିନ ଭିତରେ ବେଆଇନ ବାଣ ବିକ୍ରି ଏବଂ ଚାଲାଣକୁ ନେଇ ମୋଟ ୧୪ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରିଛି ବ୍ରହ୍ମପୁର ପୋଲିସ।
ବଡବଜାର ଥାନାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଗୋସାଇଁନୂଆଗାଁ ଥାନାରେ ୨ଟି, ସଦର ଥାନା ଅଞ୍ଚଳରେ ଗୋଟିଏ, ଗୋଳନ୍ଥରା ଥାନା ଅଧିନରେ ୨ଟି, ଜରଡା ଥାନା ଅଧିନରେ ୪ଟି ଏବଂ ଦିଗପହଣ୍ଡି ଥାନା ଅଧୀନରେ ଗୋଟିଏ ମାମଲା ରୁଜୁ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି। ରବିବାର ଧନତେରାସ ଉପଲକ୍ଷେ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ନାକାବନ୍ଦୀ ଚାଲୁଥିବା ବେଳେ ଅଟୋରୁ ବିପୁଳ ପରିମାଣର ଆତସବାଜି ଜବତ ହୋଇଥିଲା ବୋଲି ଏସପି କହିଛନ୍ତି।
BREAKING NEWS
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
Comments are closed.