ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍ଦାର୍ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ ୧ଲକ୍ଷ ୯୧ହଜାର ୮୧୦ ଟଙ୍କା ଜବତ କରିଛି। ଏଥି ସହିତ ୪୦ଟି ମୋବାଇଲ ଫୋନ୍ ଏବଂ ୭ଟି ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। ଆଗାମୀ ଦିନରେ ମଧ୍ୟ ଜୁଆ ଖେଳ ଉପରେ ଚଢ଼ଉ ଏବଂ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ବୁଧବାର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ଠାରେ ଏକ ଜୁଆ ଖେଳ ଉପରେ ଚଢ଼ଉ କରାଯାଇଥିଲା । ସେଠାରୁ ୯ଜଣଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ ୧୯ହଜାର ୨ଶହ ଟଙ୍କା ମିଳିଥିଲା। ସେହିଭଳି ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗରରୁ ୮ଜଣ ଜୁଆଡ଼ିଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ପାଖରୁ ୪୮ ହଜାର ୮୫୦ ଟଙ୍କା, ବଡ଼ବଜାର ଥାନା ଅନ୍ତର୍ଗତ ଫୁଲସୁନ୍ଦରୀ ସାହିରୁ ୧୪ ଜୁଆଡ଼ିଙ୍କୁ ଧରାଯାଇ ସେମାନଙ୍କ ପାଖରୁ ୨୭ହଜାର ୧୦୦ ଟଙ୍କା ଜବତ କରାଯାଇଛି। ଏଥି ସହିତ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡିରୁ ୧୩ଜଣ ଜୁଆଡ଼ିଙ୍କୁ ଧରିବା ସହିତ ୧୭ହଜାର ୨ଶହ ଟଙ୍କା ଜବତ, ଗୋଷାଇଁନୁଆଗାଁ ଥାନା ତରଫରୁ ୭ଜଣଙ୍କୁ ଧରିବା ସହିତ ୧୭ହଜାର ୧୯୦ ଟଙ୍କା ଏବଂ ଗୋପାଳପୁର ଥାନା ତରଫରୁ ୮ଜଣଙ୍କୁ ଧରିବା ସହିତ ୬୨ହଜାର ୨୭୦ ଟଙ୍କା ଜବତ କରାଯାଇଛି।
BREAKING NEWS
- ଭାରତର ଏକମାତ୍ର ଗଣତନ୍ତ୍ର ଦିବସ ଯେଉଁଥିରେ ଜଣେ ପାକିସ୍ତାନୀ ନେତା ହୋଇଥିଲେ ମୁଖ୍ୟ ଅତିଥି…
- Munir’s army: ପିଲା ଏବଂ ମହିଳାଙ୍କୁ ଅପହରଣ କରୁଛି ପାକିସ୍ତାନ ସୁରକ୍ଷା ବାହିନୀ? ପାକ୍ ବିରୋଧରେ ଜୋରଦାର ପ୍ରତିବାଦ
- ଫେବୃଆରୀରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି…
- Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି
- ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…
- ସାବଧାନ! ୧୪ କୋଟିରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍; ବିପଦରେ ଆପଣଙ୍କ Gmail, Facebook, Instagram, ଏବଂ Netflix ଆକାଉଣ୍ଟ୍!
- Republic Day: କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା…
- Kedarnath Yatra 2026: ୨୦୧୩ ବନ୍ୟା ପରେ, ପୁଣି କେଦାରନାଥରେ ଖୋଲିବ ପାରମ୍ପରିକ ପଦଯାତ୍ରା ପଥ, ଏଣିକି ସହଜରେ ଯିବେ ଭକ୍ତ…
- Tejashwi Yadav: ଆରଜେଡି କାର୍ଯ୍ୟକାରୀ ସଭାପତି ତେଜସ୍ୱୀ ଯାଦବ, ବୈଠକରେ ହେଲା ନିଷ୍ପତ୍ତି…
- ରାଜ୍ୟର ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ
Comments are closed.