ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍ଦାର୍ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ ୧ଲକ୍ଷ ୯୧ହଜାର ୮୧୦ ଟଙ୍କା ଜବତ କରିଛି। ଏଥି ସହିତ ୪୦ଟି ମୋବାଇଲ ଫୋନ୍ ଏବଂ ୭ଟି ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। ଆଗାମୀ ଦିନରେ ମଧ୍ୟ ଜୁଆ ଖେଳ ଉପରେ ଚଢ଼ଉ ଏବଂ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ବୁଧବାର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ଠାରେ ଏକ ଜୁଆ ଖେଳ ଉପରେ ଚଢ଼ଉ କରାଯାଇଥିଲା । ସେଠାରୁ ୯ଜଣଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ ୧୯ହଜାର ୨ଶହ ଟଙ୍କା ମିଳିଥିଲା। ସେହିଭଳି ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗରରୁ ୮ଜଣ ଜୁଆଡ଼ିଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ପାଖରୁ ୪୮ ହଜାର ୮୫୦ ଟଙ୍କା, ବଡ଼ବଜାର ଥାନା ଅନ୍ତର୍ଗତ ଫୁଲସୁନ୍ଦରୀ ସାହିରୁ ୧୪ ଜୁଆଡ଼ିଙ୍କୁ ଧରାଯାଇ ସେମାନଙ୍କ ପାଖରୁ ୨୭ହଜାର ୧୦୦ ଟଙ୍କା ଜବତ କରାଯାଇଛି। ଏଥି ସହିତ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡିରୁ ୧୩ଜଣ ଜୁଆଡ଼ିଙ୍କୁ ଧରିବା ସହିତ ୧୭ହଜାର ୨ଶହ ଟଙ୍କା ଜବତ, ଗୋଷାଇଁନୁଆଗାଁ ଥାନା ତରଫରୁ ୭ଜଣଙ୍କୁ ଧରିବା ସହିତ ୧୭ହଜାର ୧୯୦ ଟଙ୍କା ଏବଂ ଗୋପାଳପୁର ଥାନା ତରଫରୁ ୮ଜଣଙ୍କୁ ଧରିବା ସହିତ ୬୨ହଜାର ୨୭୦ ଟଙ୍କା ଜବତ କରାଯାଇଛି।
BREAKING NEWS
- Ignou: ଫେବୃଆରୀ ୨୮କୁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି
- ଯାଜପୁର ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣାରେ ସିଲ୍ ହେବ ନର୍ସିଂହୋମ୍
- ବିଧାନସଭା ବଜେଟ ଅଧିବେଶନ ଆରମ୍ଭ: ‘ଓଡିଶା ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ’
- Indore MBA Student Murder Case: ଭଲ ପାଇବା ଏମିତି ବି!…ଟାଙ୍କୁରି ଉଠୁଛି ଲୋମ…
- ‘କେରଳ ନିର୍ବାଚନରେ ଜିତିବ ନାହିଁ କଂଗ୍ରେସ… ପରବର୍ତ୍ତୀ ବୈଦେଶିକ ମନ୍ତ୍ରୀ ହେବାକୁ ଚାହାଁନ୍ତି ଥରୁର’
- PM Welcomes President Macron: ରାଫେଲ…ରଣନୀତି…ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ପ୍ରିୟ ବନ୍ଧୁ ମୁମ୍ବାଇରେ ଖୁବଶୀଘ୍ର ଦେଖା…’
- ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: ଜୁଆ ଆଡ୍ଡାରେ ଚଢ଼ାଉ, ୨୦ ଗିରଫ
- ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର
- ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର
- Odisha Weather: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
Comments are closed.