Latest Odisha News

BREAKING NEWS

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇନଥିଲା। ଏହି ୱେବ ସିରିଜର ଅନ୍ତିମ ଏମିସୋଡ ଦେଖିବା ପାଇଁ ଦର୍ଶକ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ।

ୱେବ ସିରିଜରେ ପ୍ରସିଦ୍ଧ ଓକିଲ ମାଧବ ମିଶ୍ର ଜାରା ଅହୁଜାଙ୍କ ମର୍ଡର ମିଷ୍ଟ୍ରିକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଏଥିର ନୀରଜ ଏବଂ ଅବନ୍ତିକାଙ୍କ ଝିଅ ଜାରା ଅହୁଜାଙ୍କ ହତ୍ୟାକୁ ନେଇ କାହାଣୀଟି ନିର୍ମିତ ହୋଇଛି। କାହାଣୀରେ ବର୍ତ୍ତମାନ ଯାଏ ମୃତ ଜାରାଙ୍କ ଭାଇ ମୁକୁଲକୁ ହତ୍ୟା କରିବା ସନ୍ଦେହରେ ଜୁଭେନାଲରେ ରଖାଯାଇଛି। କାହାଣୀରେ ମୁକୁଲଙ୍କୁ ମୁକଳେଇବା ପାଇଁ ଜଣେ ଓକିଲଙ୍କର ଆବଶ୍ୟକ ପଡେ ଏବଂ ତରବରିଆ ଭାବେ ଅବନ୍ତିକା ମାଧବ ମିଶ୍ରଙ୍କ ସାହାଯ୍ୟ ଲୋଡିନ୍ତି। ମାମଲାର ତଦନ୍ତ ଅଗ୍ରଗତି କରୁଛି ଏବଂ ଜାରା ପ୍ରତି ମୁକୁଲଙ୍କ ଘୃଣା ସ୍ପଷ୍ଟ ହୋଇଛି। ଯାହା ପରେ ନୀରଜ ଏବଂ ଅବନ୍ତିକା ମଧ୍ୟରେ ଦୂରତା ବଢିଯାଇଛି।

ସେପଟେ କାହାଣୀରେ ଅନେକ ଚେଷ୍ଟା ପରେ ମଧ୍ୟ ମାଧବ ମୁକୁଲଙ୍କ ଜାମିନ କରାଇବେରେ ଅସମର୍ଥ ଥାନ୍ତି। ଏହା ପରେ ମୁକୁଲଙ୍କ ଅସନ୍ତୋଷ ଆହୁରି ବଢିଯାଏ ଏବଂ ମୁକୁଲ ଏହି ସୁଧାର ଗୃହରୁ ଖସିଯିବାକୁ ଯୋଜନା କରିଛନ୍ତି। ପରିସ୍ଥିତିର ସୁଯୋଗ ନେଇ ମାଧବ ମୁକୁଲଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି। ଦୀର୍ଘ ସମୟ ଧରି ମୁକୁଲଙ୍କ ମାମଲାରେ ମାଧବ କାମ କରୁଥିବାବେଳେ ମାଧବଙ୍କ ମୁକୁଲଙ୍କୁ ବିଶ୍ୱାସ କରିବାକୁ ଲାଗନ୍ତି। ପରେ ପରେ ପାର୍ଟିରେ ଡ୍ରଗ୍ସ ବିକ୍ରି କରିବା ମାମଲାରେମୁକୁଲ ଏକ କ୍ଲିନ ଟିଟ୍ ମିଳେ। ଅନ୍ୟପକ୍ଷରେ, ନୀରଜଙ୍କୁ ମୁକୁଲ ବିରୁଦ୍ଧରେ ଏକ ବଡ଼ ପ୍ରମାଣ ଲାଗିଥିବା ନଜର ଆସୁଛି। ମୁକୁଲ ନିରାଶାରେ ଜାରାଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ପାଇଛନ୍ତି।

ଏହି କ୍ରମରେ ନୀରଜଙ୍କୁ ପ୍ରମାଣ ମିଳିବା ପରେ ଅବନ୍ତିକାଙ୍କୁ ମୁକୁଲ ମାମଲା ଲଢିବା ପାଇଁ ଅର୍ଥ ଦେବା ବନ୍ଦ କରିଦିଅନ୍ତି। ନୀରଜ ଭାବନ୍ତି ଯେ ତାଙ୍କ ଝିଅର ହତ୍ୟାକାରୀଙ୍କୁ ସେ ସାହାଯ୍ୟ କରିବେ ନାହିଁ। ତେବେ, ମାଧବ ପୁଣି ଥରେ ହତ୍ୟା ସ୍ଥାନକୁ ଯାଇ ଜିନିଷଗୁଡିକର ପୁନରାବୃତ୍ତି କରନ୍ତି। ଯାହା ପରେ ଏକ ନୂଆ ସାକ୍ଷୀ ସମ୍ନାକୁ ଆସେ। କାହାଣୀରେ ସାକ୍ଷୀ କହିଛନ୍ତି ଯେ ଯେତେବେଳେ ମୁକୁଲ ଜାରାକୁ ଛାଡି ପଳାଇଥିଲେ, ସେତେବେଳେ ଜାରାଙ୍କୁ ଅନ୍ୟ କେହି ଧରିଥିଲେ। ଦର୍ଶକଙ୍କୁ ଏହି ମର୍ଡର ମିଷ୍ଟ୍ରିର କାହାଣୀ ବହୁତ ପସନ୍ଦ ଆସିଛି।  ଏହି କାହାଣୀର ଶେଷ ଏପିସୋଡ ଦର୍ଶକଙ୍କୁ ସସପେନ୍ସ ରଖିଥିଲା।  ଏହି ୱେବ ସିରିଜ ଦର୍ଶକଙ୍କୁ କେତେ ଭଲ ଲାଗିଲା ତାହା ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟାରୁ ଜଣାପଡିବ।

Leave A Reply

Your email address will not be published.