ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ନିକଟସ୍ଥ ଉତ୍କଳ ବାଳାଶ୍ରମରେ ୧୩ ଜଣ ନାବାଳିକା ସୋମବାର ଦିନ ନିଖୋଜ ଘଟଣା ରାଜ୍ୟବାସୀଙ୍କ ମନରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ହୋଇଥିବା ଜଣାପଡ଼ିଛି ।
ରାଜ୍ୟବାସୀଙ୍କ ଆଗରେ ଏହି ଘଟଣାର ସବିଶେଷ ତଥ୍ୟର ଖୁଲାସା କରିବାକୁ କଂଗ୍ରେସ ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।
ଗୋଟିଏ ଦିନରେ ଗୋଟିଏ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହେବା ଏବଂ ପ୍ରାୟ ୨୪ ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ସୁରାକ ପାଉନଥିବା ଘଟଣା ଦର୍ଶାଉଛି ଯେ ବାଳାଶ୍ରମଗୁଡିକରେ ରହୁଥିବା ନାବାଳକ ଓ ନାବାଳିକାମାନଙ୍କର ସୁରକ୍ଷା କେତେ ବିପନ୍ନ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ବିଗତ ୧ ବର୍ଷ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୭ଟି ବିଭିନ୍ନ ବାଳାଶ୍ରମରୁ ୩୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ସେଥିରୁ ଦୁଇଜଣ ନାବାଳିକା ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡିଛି ।
Comments are closed.