Latest Odisha News

BREAKING NEWS

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ, ଷ୍ଟିକର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ଆଜି ଏହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ରାଜ୍ୟର ସମସ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ବ୍ରାଣ୍ଡି ସହ “ଆମେ ପଢ଼ିବୁ, ବଢ଼ିବୁ, ଶ୍ରେଷ୍ଠ ହେବୁ”ର ଷ୍ଟିକର ମଧ୍ୟ ଲଗାଯାଇଛି। ଏନେଇ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲା।

ଛାତ୍ରଛାତ୍ରୀ ନୂଆ ସାଇକେଲ ଓ ବ୍ରାଣ୍ଡିଂ ଷ୍ଟିକର ନେଇ ବେଶ ଖୁସି ଥିବା ବେଳେ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, “ସରକାର ନୂଆ ଯୋଜନା ଆଣିଛନ୍ତି। ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ, ଉପସ୍ଥାନ ବଢିବ ସେନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଯାହା ଫଳରେ ପିଲାମାନେ ଆଗକୁ ବଢ଼ିପାରିବେ।” ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନୂତନ ପଦକ୍ଷେପ ଗ୍ରହଣ କରିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ପାଠ ପଢାରେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି।

ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ବିକାଶ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଯେପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, ମେଧାବୃତ୍ତି, ପଠାଣି ସାମନ୍ତ, ଏନ୍ ଆର୍ ଟି ଏସ ମେଧାବୃତ୍ତି, ପ୍ରି ପୋଷ୍ଟ ମେରିଟ୍ ଲିଷ୍ଟ ମେଧାବୃତ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, କାଳିଆ ମେଧାବୃତ୍ତି ଯୋଜନା ଭଳି ଅନେକ ଯୋଜନା ଆଦି ଯୋଗାଇ ଦିଆଯାଉଛି।

Comments are closed.