Latest Odisha News

ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ,ତୁଳସୀ ଚଉରା ମୂଳେ କଲେ ରାଇଦାମୋଦର ପୂଜା

ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର  । ହବିଷ କରିବା ଲାଗି ପୁରୀରେ ଆସି ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ  । ଚଳିତ ବର୍ଷ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ  ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆଜିଠାରୁ ସଂକଳ୍ପ କରି  ଚଉଁରା ମୂଳେ ରାଧାଦାମୋଦର ପୂଜା ସହ ହବିଷ୍ୟ କରିବା ଆରମ୍ଭ କରିଛନ୍ତି  ।

ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ରାଜ୍ୟ ସରକାରଙ୍କ ପକ୍ଷରୁ ୩ ହଜାରରୁ ଉର୍ଦ୍ଧ୍ବ  ବ୍ରତଧାରୀଙ୍କ ପାଇଁ  ମାଗଣା ଖାଇବା , ରହିବା , ସ୍ବାସ୍ଥ୍ୟ ବ୍ୟବସ୍ଥା କରାଯାଇଛି ।  ଏଥିସହ ମହାପ୍ରସାଦ ସେବନ ଏବଂ ଶ୍ରୀଜିଉଙ୍କ ଦର୍ଶନ ଉପରେ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ  । ଅନ୍ୟପଟେ ଅଧିକ ସଂଖ୍ୟକ ହବିଷ୍ୟାଳୀ ଆସୁଥିବାରୁ , କିଛି ହବିଷ୍ୟାଳୀଙ୍କର ନାଁ ପଞ୍ଜୀକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.