Latest Odisha News

ରେକର୍ଡ ଟେଷ୍ଟ ଖେଳିବା ପରେ ଦଳରୁ ବାଦ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ କ୍ରେଗ ବ୍ରାଥୱେଟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି । ବ୍ରେଥୱେଟ କ୍ରମାଗତ ଭାବେ ୯୦ ଟେଷ୍ଟ ଖେଳି ରେକର୍ଡ କରିବା ପରେ ଏବେ ବାଦ ପଡିଛନ୍ତି । ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜକର କୌଣସି ଖେଳାଳି ଲଗାତାର ଏତେ ମ୍ୟାଚ ଖେଳି ନ ଥିଲେ । ଗ୍ୟାରୀ ସୋବର୍ସଙ୍କ ନାମରେ ପୂର୍ବରୁ ଏହି ରେକର୍ଡ ରହିଥିଲା । ସେ ୮୫ ଟେଷ୍ଟ ଖେଳିଥିଲେ । ବ୍ରାଏନ ଲାରା ୬୪ ମ୍ୟାଚ ସହ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ରାଥୱେଟ ୱେଷ୍ଟଇଣ୍ଡିଜର ୧୦ମ ଖେଳାଳି ଭାବେ ୧୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳିଛନ୍ତି । ସେ ୩୨.୫୧ ଆଭରେଜରେ ୫୯୫୦ ରନ କରିଛନ୍ତି । ୨୧୨ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ।

ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟକୁ ୧୫୯ ଏବଂ ଦ୍ୱିତୀୟ ଟେଷ୍ଟକୁ ୧୩୩ ରନରେ ଜିତିଥିଲା । ପୂର୍ବରୁ ଏହି ବ୍ୟାଟ୍ସମ୍ୟାନଙ୍କ ବାଦ ଦେବା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ରେକର୍ଡ ଦୃଷ୍ଟିକୋଣରୁ ସୁଯୋଗ ପ୍ରଦାନ କରାଯାଇଥିଲା । ଏହା ହାସଲ ହେବା ପରେ ତାଙ୍କୁ ବାଦ ଦିଆଯାଇଛି ।

Comments are closed.