Latest Odisha News

BREAKING NEWS

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ।

BjdElectrycity

 

ଗିଲିଏନ କିଗନଙ୍କୁ ହାଉସ ଅଫ କମନସ୍ ନେତା ଭାବେ ଦାୟିତ୍ବ ମିଳିଛି, ପେନି ମୋର୍ଡଟ ଶିକ୍ଷା ମନ୍ତ୍ରୀଭାବେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ସୂନକ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ପୂର୍ବ ମନ୍ତ୍ରୀମାନଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି । ଜନସନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅନେକ ନେତା ତାଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି  । ସେପରି ଟ୍ରସଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା କିଛି ମନ୍ତ୍ରୀଙ୍କୁ ମଧ୍ୟ ସେ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ।

ମନ୍ତ୍ରୀମଣ୍ଡଳ ଗଠନ ପରେ ସୁନକ କହିଛନ୍ତି ସେ ବ୍ରିଟେନ ପାଇଁ ରାତିଦିନ ଏକ କରି କାମ କରିବେ । ଦେଶର ଅର୍ଥନୀତିକୁ ପୁଣି ପୂର୍ବବସ୍ଥାକୁ ଫେରାଇ ଆଣିବା ତାଙ୍କ ପ୍ରଥମ କାମ ହେବ ବୋଲି ସୁନକ କହିଛନ୍ତି ।

Leave A Reply

Your email address will not be published.