Latest Odisha News

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି

ମୁମ୍ବାଇ: ଏବେ ପୁଣି ଚର୍ଚ୍ଚାକୁ ଆସିଛି ସାଉଥ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ଏହି ଫିଲ୍ମକୁ ବ୍ରାଜିଲର ରାଷ୍ଟ୍ରପତି ଖୁବ୍ ପ୍ରଶଂସା କରିଛନ୍ତି । ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ପ୍ରଶଂସା କରିଛନ୍ତି ।

ଲୁଇଜ୍ କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କୁ ବେଶ୍ ଆକର୍ଷିତ କରିଛି । ଏଥିରେ ଚମତ୍କାର ନୃତ୍ୟ ସହିତ ଅନେକ ମଜାଳିଆ ଦୃଶ୍ୟ ମଧ୍ୟ ଦିଆଯାଇଛି । ଏହି ଫିଲ୍ମଟି ଭାରତୀୟଙ୍କ ଉପରେ ବ୍ରିଟିଶ ନିୟନ୍ତ୍ରଣକୁ ଗଭୀର ସମାଲୋଚନା କରିଛି । ମୁଁ ବିଶାସ କରେ ଯେ ଏହି ଫିଲ୍ମଟି ସମଗ୍ର ବିଶ୍ୱରେ ଏକ ବ୍ଲକବଷ୍ଟର ହେବା ଉଚିତ୍ । ଚଳଚ୍ଚିତ୍ରର କଳାକାରଙ୍କୁ ଅଭିନନ୍ଦନ ଜଣାଉଛି କାରଣ ଏହା ମୋତେ ବିସ୍ମିତ କରିଥିଲା ।

ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଏସ ରାଜାମୌଲି ଲୁଇଜ ଇନାସିଓଙ୍କ ଏହି ପ୍ରଶଂସା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମେ ସେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ସାର… ଆପଣଙ୍କ ସୁନ୍ଦର ଶବ୍ଦ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ଆପଣ ଭାରତୀୟ ସିନେମା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ‘ଆର୍‌ଆର୍‌ଆର୍‌’ ଉପଭୋଗ କରିଛନ୍ତି ।

ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ଦୁଇଜଣ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାହାଣୀ ଦେଖାଯାଇଛି । ଯେଉଁଥିରେ ସେ ବ୍ରିଟିଶ ଶାସନ ବିରୋଧରେ ଲଢୁଥିବାର ନଜର ଆସିଥିଲେ ।

Comments are closed.