ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ବ୍ରେଟ ଲୀ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ୪ ଜଣ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଜଣେ ଭାରତୀୟଙ୍କ ନାମ ରହିଛି । ଲୀ ତାଙ୍କ ପସନ୍ଦର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ପେସ ବୋଲର ଆଲାନ ଡୋନାଲ୍ଡୋ ରଖିଛନ୍ତି । ଡେନିସ ଲିଲିଙ୍କୁ ଦ୍ୱିତୀୟ ଓ ରିକି ପଂଟିଂଙ୍କୁ ତୃତୀୟ ସ୍ଥାନରେ ରଖିଛନ୍ତି । ୪ର୍ଥ ସ୍ଥାନରେ ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ରଖିଛନ୍ତି । ଡୋନାଲ୍ଡୋ ୭୨ ଟେଷ୍ଟରୁ ୩୩୦ ୱିକେଟ ଏବଂ ଦିିନିକିଆରେ ୨୭୨ ୱିକେଟ ନେଇଛନ୍ତି । ଡେନିସ ଲିଲି ଅଷ୍ଟ୍ରେଲିଆ ପକ୍ଷରୁ ୭୦ ଟେଷ୍ଟ ଖେଳି ୩୫୫ ୱିକେଟ ଏବଂ ଦିିନିକିଆରେ ୬୩ ମ୍ୟାଚ ଖେଳି ୧୦୩ ୱିକେଟ ନେଇଛନ୍ତି ।
ଲୀଙ୍କ ତାଲିକାରେ ୨ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି । ପଂଟିଂ ଟେଷ୍ଟରେ ୧୬୮ ମ୍ୟାଚ ଖେଳି ୧୩୩୭୮ ରନ କରିଛନ୍ତି । ଏଥିରେ ୪୧ ଶତକ ରହିଛି । ସେହିପରି ଦିିନିକିଆରେ ୧୩୭୦୪ ରନ କରିଛନ୍ତି । ସଚିନ ବିଶ୍ୱ କ୍ରିକେଟରେ ୧୦୦ ଆନ୍ତର୍ଜାତୀୟ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ । ଟେଷ୍ଟରେ ତେନ୍ଦୁଲକର ୧୫୯୨୧ ଓ ଦିନିକିଆରେ ୧୮୪୨୬ ରନ କରିଛନ୍ତି ।