Latest Odisha News

ବହିକୁ ନେଇ ବିବାଦରେ ବ୍ରାଏନ ଲାରା: କ୍ଷମା ମାଗିବାକୁ କହିଲେ ରିଚାର୍ଡ୍ସ, ହୁପର

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବେ ତାଙ୍କ ପୁସ୍ତକକୁ ନେଇ ବିବାଦରେ ଫସି ଯାଇଛନ୍ତି । ଲାରା ତାଙ୍କ ପୁସ୍ତକ ଲାରା: ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏ ଭଳି ଏକ ଘଟଣା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ ଭିଭିଆନ ରିଚାର୍ଡ୍ସ ଓ କାର୍ଲ ହୁପର ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ଲାରା ଯାହା କିଛି ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ସେମାନେ କହିଛନ୍ତି । ଡ୍ରେସିଂ ରୁମରେ ରିଚାର୍ଡ୍ସ ଅତ୍ୟନ୍ତ କଠୋର ବ୍ୟବହାର କରୁଥିଲେ । ମୁଁ ୩ ସପ୍ତାହରେ ଥରେ କାନ୍ଦୁଥିବା ବେଳେ ହୁପର ପ୍ରତି ସପ୍ତାହରେ ଏହି କାର୍ଯ୍ୟ କରୁଥିଲେ । ତାଙ୍କ ସ୍ୱର ଏତେ ଗମ୍ଭୀର ଓ ଭୟଙ୍କର ଥିଲା ଯେ, ଯଦି ଏହାକୁ କିଏ ବ୍ୟକ୍ତିଗତ ଭାବେ ନିଏ ତେବେ ମାନସିକ ସ୍ତରରେ ପ୍ରଭାବିତ ହେବ । ମୁଁ ଅବଶ୍ୟ ଏଥିରେ ପ୍ରଭାବିତ ହୋଇ ନ ଥିଲି ।

ଏବେ ହୁପର, ରିଚାର୍ଡ୍ସ ମିଳିତ ଭାବେ ଲେଖିଛନ୍ତି ଯେ, ସେ ଯାହା ଲେଖିଛନ୍ତି ତାହା ମିଥ୍ୟା । ଏହା ସମ୍ପର୍କ ଓ ବାସ୍ତବିିକତାକୁ ବିକୃତ କରୁଛି । ଏହା ଦ୍ୱାରା ଆମ ଚରିତ୍ର ସଂହାର ମଧ୍ୟ ହେଉଛି । ଭିଭ କେବେ ବି ମୋତେ ହଇରାଣ କରି ନାହାନ୍ତି । ସେ ସର୍ବଦା ଉତ୍ସାହିତ କରିବା ସହ ସମର୍ଥନ ପ୍ରଦାନ କରୁଥିଲେ । ଲାରା ଜଣେ ମହାନ ଖେଳାଳି । ସେ ଏ ଭଳି ଲେଖିବା ଭିଭଙ୍କୁ ଭିନ୍ନ ଭାବରେ ଚିତ୍ରଣ କରିବ ବୋଲି ହୁପର କହିଛନ୍ତି ।

Comments are closed.