ଜୋହନ୍ସବର୍ଗ: ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦକ୍ଷିଣ ଆଫ୍ରିକା ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ମୋଦି ଏବଂ ଜିନପିଙ୍ଗ । ଏହି ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ନେତା ପ୍ରେସକୁ ନିଜର ବୟାନ ଦେବା ପୂର୍ବରୁ ମଞ୍ଚକୁ ଯାଉଛନ୍ତି ।ଏହି ସମୟରେ ମୋଦି ଜିନପିଙ୍ଗଙ୍କୁ କିଛି ବୁଝାଉଥିବା ନଜର ଆସିଛି । ସେତିକି ନୁହେଁ, ମଞ୍ଚ ଉପରେ ଦୁଇ ନେତା ହାତ ମିଳାଉଥିବା ମଧ୍ୟ ଦେଖିବାକୁ ମିଳିଛି । ମୋଦି-ଜିନିପିଙ୍ଗଙ୍କର ଏହି ଆଲୋଚନାକୁ ନେଇ ଏବେ ରାଜନୀତି ସରଗରମ । କାରଣ ଆସନ୍ତା ମାସରେ ନୂଆଦିଲ୍ଲୀରେ ଜି-୨୦ ଦେଶର ଶିଖର ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଜିନିପିଙ୍ଗ ଯୋଗ ଦେବାର ସମ୍ଭାବନା ରହିଛି । ତେଣୁ ଏପରି ଏକ ସମୟରେ ଦୁଇ ଶତ୍ରୁରାଜ୍ୟର ନେତାଙ୍କୁ ମୁହାଁମୁହିଁ ହେବା ନିଶ୍ଚି ଭାବେ କିଛି ରାଜନୈତିକ ଗୁରୁତ୍ୱ ରଖୁଛି ।
ଲଦାଖରେ ଗଲବାନ ଘାଟିରେ ରକ୍ତାକ୍ତ ହିଂସାକାଣ୍ଡ ପରେ ଭାରତ-ଚୀନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏସବୁ ଭିତରେ ଉଭୟଙ୍କ ସାକ୍ଷାତ ଏକ ରୋଚକ ଘଟଣା ବୋଲି କୁହାଯାଉଛି । ଭାରତ-ଚୀନ ସେନା ସ୍ତରରେ ୧୯ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି । ହେଲେ କୌଣସି ଫଳ ମିଳିନାହିଁ । ଏହା ପୂର୍ବରୁ ଜି-୨୦ର ଇଣ୍ଡୋନେସିଆରେ ହୋଇଥିବା ଶିଖର ସମ୍ମିଳନୀରେ ମୋଦି ଏବଂ ଜିନପିଙ୍ଗଙ୍କ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା ।
ନୂଆଦିଲ୍ଲୀରେ ହେଉଥିବା ଆସନ୍ତା ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଯୋଗ ଦେବେ ବୋଲି କୁହାଯାଉଛି । ତେବେ ଏ ନେଇ ଔପଚାରିକ ଭାବେ କିଛି କୁହାଯାଇ ନାହିଁ । ଏପଟେ ବ୍ରିକ୍ସର କାୟା ବିସ୍ତାରକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ବ୍ରିକ୍ସ ପୁଣି ୬ ଦେଶକୁ ନୂଆ ସଦସ୍ୟ ଭାବେ ଆପଣେଇଛି ।
Watch: PM Modi, Chinese Prez Xi Jinping hold conversation ahead of the start of Brics leaders press statements pic.twitter.com/YO3NSAcu9P
— Sidhant Sibal (@sidhant) August 24, 2023
Comments are closed.