Latest Odisha News

BREAKING NEWS

ଠିକ୍ ଗୀତ ନ ବାଜିବାରୁ ରାଗିଗଲେ କନ୍ୟା: ମଞ୍ଚକୁ ନ ଯିବାକୁ ଧରିଲେ ଜିଦ୍

ସମୟ ଥିଲା ବିବାହ ସମୟରେ କନ୍ୟାମାନେ ଲାଜ କରୁଥିଲେ, କିନ୍ତୁ ଆଜିକାଲି ରୀତିନୀତି ଟିକିଏ ବଦଳି ଯାଇଛି । କନ୍ୟାମାନେ କେବଳ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦକୁ ପ୍ରକାଶ କରୁନାହାନ୍ତି ନାହିଁ ବରଂ ସେମାନଙ୍କର ନଖରାମି ଦେଖାଇବାକୁ ମଧ୍ୟ ପଛାନ୍ତି ନାହିିଁ । ଏମିତି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।
ସେହିପରି ଉତ୍ତେଜିତ କନ୍ୟାର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ତାଙ୍କ ବିବାହ ସମୟ ଗଢିଯାଉଛି, କିନ୍ତୁ ସେ ଏପରି କିଛି ଜିନିଷରେ ବ୍ୟସ୍ତ ଅଛନ୍ତି ଯେ, ମଞ୍ଚକୁ ଯିବାକୁ ସିଧା ମନା କରୁଛନ୍ତି । ସମସ୍ତେ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଥିଲେ ବି ସେ କାହାରି କଥା ନ ଶୁଣି ବେଶୀ ରାଗି ଯାଉଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ କନ୍ୟା ବେଶରେ ସଜ୍ଜିତ ହୋଇ ମଞ୍ଚକୁ ଯିବାକୁ ଛିଡ଼ା ହୋଇଛନ୍ତି । କନ୍ୟା ପ୍ରବେଶ କରିବାର ଠିକ୍ ପୂର୍ବରୁ ଡ଼ିଜେ ବାଲା ଗୀତଟିକୁ ଠିକ୍ ଭାବରେ ବଜାଇ ନ ଥିଲେ । ଫଳରେ କନ୍ୟା ଜଣକ ହଠାତ୍ ରାଗି ଉଠିଲେ । ଗୀତ ଠିକ୍ ଭାବେ ନ ବଜାଇବା ପର୍ଯ୍ୟନ୍ତ ମଞ୍ଚକୁ ଯିବେ ନାହିଁ ଜିଦ୍ ଧରି ବସିଲେ କନ୍ୟା । ପରିବାର ଲୋକେ ଯେତେ ବୁଝାଇଲେ ବି ସେ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ସେପଟେ ବିବାହ ସମୟ ଗଡ଼ିଯାଉଥିଲେ ବି କନ୍ୟାର କିଛି ଫରକ୍ ପଡ଼ୁ ନ ଥିଲା । ବହୁ ସମୟ ଧରି ସେମିତି ଛିଡ଼ା ହୋଇ ରହିଲେ । ପରେ ଅନ୍ୟ ଏକ ଗୀତ ବାଜିବା ପରେ ସେ ମଞ୍ଚକୁ ଏଣ୍ଟ୍ରି କରିଥିଲେ । କନ୍ୟାର ଏପରି ହାବଭାବ ଦେଖି ସେଠାରେ ଉପସ୍ଥିତ ଅତିଥିମାନେ ବିରକ୍ତି ପ୍ରକାଶ କରିଥିଲେ ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି ଡିଜେବାଲାଙ୍କୁୁ ଟଙ୍କା ଦିଅ ନାହିଁ କହିଥିବା ବେଳେ ଆଉ କିଏ ବିବାହ ସମୟରେ ଭଉଣୀଙ୍କ ଏତେ ଜିଦ୍ ଠିକ୍ ନୁହେଁ ବୋଲି କହିଛନ୍ତି ।

Comments are closed.