ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା ପରିବର୍ତ୍ତେ ପ୍ରେମିକ ସହିତ ଫେରାର ମାରିଲା ନବବଧୂ । ଏହା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଶିଶୁପାଳ ବର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ସହରର ବ୍ରାହହ୍ମଣ ପଡା ଠାରେ । ବର ପିନ୍ଧାଇଥିବା ସୁନା ଗହଣା ଧରି ଫେରାର ମାରିଥିଲା କନ୍ୟା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ବର ପକ୍ଷ ଲୋକେ । ଅନ୍ୟପଟେ ପ୍ରେମିକ ସହିତ ବାଇକରେ ବସି ଫେରାର ମାରୁଥିବାର ଏକ ସିସିଟିଭି ଫୁଟେଜ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ମୁକୁନ୍ଦ ପର ଗାଁର ପ୍ରେମ କୁମାର ବଲାଙ୍ଗିର ବ୍ରାହ୍ମଣ ପଡା ଲିଜା ମହାକୁରକୁ ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ। ବ୍ରାହ୍ମଣ ପଡାକୁ ବାହା ହେବାକୁ ଆସି ଶିଶୁପାଳ ହୋଇ ଘରକୁ ଫେରିଛି ବର । ବାହାଘର ସରିବା ପରେ ଝିଅ ତା ପ୍ରେମିକ ସହ ଫେରାର ହୋଇଥିବା ଅଭିଯୋଗ ହୋଇଛି । ହସ ଖୁସୀରେ ବାହାଘର ଭୋଜିଭାତ ସରିଥିଲା । କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ ହେଲେ ରାତି ପାହିବା ଆଗରୁ ପ୍ରେମିକ ସହ ଛୁ ମାରିଲା ନବବଧୂ। ଏହା ପରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ବର ପ୍ରେମ କୁମାର । ବର ଘରରୁ ଦେଇଥିବା ସମସ୍ତ ସୁନା ରୁପା ଧରି ଝିଅ ଫେରାର ହୋଇଥିବାରୁ ନ୍ଯାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ଜଣାପଡିଛି । ଝିଅ ପ୍ରେମିକ ସହ ଫେରାର ହୋଇଥିବା ସି ସି ଟିଭି ଭିଡିଓ ଭାଇରାଲ ହେଉଛି ।
Comments are closed.