Latest Odisha News

BREAKING NEWS

ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍ ଗଲେ କନ୍ୟା

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । କିନ୍ତୁ ଏବେ ଜଣେ ଯୁବତୀ ବିବାହ ପୂର୍ବରୁ କନ୍ୟା ବେଶରେ ସଜେଇ ହୋଇ ମଣ୍ଡପକୁ ଯିବା ପରିବର୍ତ୍ତେ ଜିମ୍‌ରେ କସରତ କରୁଛନ୍ତି । ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ନିଜକୁ ଖୁବ୍ ସୁନ୍ଦର ଭାବେ ଏକ କନ୍ୟା ରୂପରେ ସଜ୍ଜାଇଛନ୍ତି । ଏକ ନାଲି ରଙ୍ଗର ଶାଢୀ ପିନ୍ଧିବା ସହ ବିଭିନ୍ନ ଅଳଙ୍କାର ବି ଲଗାଇଛନ୍ତି । ଏମିତି କି ତାଙ୍କ ଲମ୍ବା ବେଣୀକୁ ଫୁଲରେ ମଧ୍ୟ ସଜ୍ଜାଇଛନ୍ତି । ଯୁବତୀ ଜଣକ କନ୍ୟା ବେଶରେ ସଜ୍ଜେଇ ହୋଇ ମଣ୍ଡପକୁ ଯିବା ବଦଳରେ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ଜିମ୍‌ରେ ସେ ଡମ୍ବଲ ଉଠାଇବା ସହ ଟ୍ରେଡ଼ମିଲ୍‌ରେ ଦୌଡ଼ୁଛନ୍ତି, କ୍ରସ ଟେନରରେ ସାଇକେଲିଂ ବି କରୁଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇ କ୍ୟାପ୍‌ସନ୍‌ରେ ଲେଖାଯାଇଛି, “ଏମିତିରେ ତ ବିବାହକୁ ଡର ଲାଗେ ଆଉ ଏଭଳି ପ୍ରି ୱେଡିଂ ଭିଡିଓ ସୁଟ୍ ଦେଖି ଆତ୍ମା ଥରି ଉଠୁଛି ।”

ଏହି ଭିଡିଓ ଦେଖିବା ପରେ ଅନେକ ନକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଆଉ କିଛି ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଯୁବତୀ ଜଣକ ବିବାହ କରିବାକୁ ଯାଉଛନ୍ତି ନା ଯୁଦ୍ଧ କରିବାକୁ ଯାଉଛନ୍ତି ବୋଲି କେହି କହିଥିବା ବେଳେ ଆଉ କିଏ ଏହି ଯୁଦ୍ଧକୁ ସହଜରେ ଜିତାଯାଇପାରିବ ନାହିଁ, ସେଥିଲାଗି ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି କହିଛନ୍ତି । ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ପୁଣି ଥରେ ଭାଇରାଲ୍ ହେଉଛି ।

Leave A Reply

Your email address will not be published.