Latest Odisha News

BREAKING NEWS

ଯୌତୁକ ଯୁଇରେ ଜଳିଲେ ଆଉ ଜଣେ ବଧୂ; ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

ପୁରୀ: ଯୌତୁକ ଯୁଇରେ ଜଳିଗଲେ ଆଉ ଜଣେ ବଧୂ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡା ଅଞ୍ଚଳରେ।

ସ୍ଥାନୀୟ ସମୁଦ୍ରକୂଳ ଥାନାରେ ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସମୁଦ୍ରକୁଳ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପଣ୍ଡା , ଶ୍ୱଶୁର ଅର୍ଜୁନ ପଣ୍ଡା ଓ ଶାଶୁ ସୁବାସିନୀ ପଣ୍ଡାଙ୍କୁ ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି।

ଅଭିଯୋଗ ମୁତାବକ, ଗତ ପାଞ୍ଚବର୍ଷ ପୂର୍ବେ କୁମ୍ଭାରପଡା ଥାନା ଅଂଚଳର ସୁରେଶ ଦାଶଙ୍କ କନ୍ୟା ରଶ୍ମିତାକୁ ସେହି ଅଞ୍ଚଳର ସନ୍ତୋଷ ପଣ୍ଡା ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ମଧ୍ୟ ଅଧିକ ଯୌତୁକ ଦାବିକରି ଝିଅର ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ତେବେ ଏହିମାନେ ହିଁ ରଶ୍ମିତାଙ୍କୁ ମିଳିତ ଭାବେ ହତ୍ୟା କରିଥିବା ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.