Latest Odisha News

BREAKING NEWS

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି ଏହାକୁ ଜ୍ୱାଇଁ ଚର୍ଚ୍ଚା ବି କୁହାଯାଏ।

BjdElectrycity

ନିକଟରେ ସୋସିଆଲ୍ମିଡିଆରେ ଏକ ଭିଡିଓ ଭାଇରାଲ୍ହେବାରେ ଲାଗିଛି। ଭିଡିଓରେ ବରକୁ ଶାଶୂ ଶଶୁର ମିଶି ସିଗାରେଟ୍ପିଆଉଛନ୍ତି। ସୋଫା ଉପରେ ବର ଜଣକ ବସିଥିବା ବେଳେ ତାଙ୍କ ଶାଶୂ ଏକ ସିଗାରେଟ୍ତାଙ୍କ ପାଟିରେ ଲଗାଉଛନ୍ତି ଶଶୁର ଜଣକ ସେଥିରେ ନିଆଁ ଲଗାଉଛନ୍ତି ଭିଡିଓରେ ଲେଖିଯାଇଛି ବିବାହରେ ବରଙ୍କୁ ମିଠା, ପାନ, ବିଡ଼ି ସହ ସ୍ୱାଗତ କରାଯାଉଛି

ଆପଣ ଭାବୁଥିବେଏ ଭିଡିଓଟି ହୁଏତ ଥଟ୍ଟାମଜ୍ଜା ପାଇଁ ବନାଯାଇଛି । କିନ୍ତୁ ସତ ହେଉଛି, ଦକ୍ଷିଣ ଗୁଜୁରାଟର ଏକ ଗ୍ରାମରେ ଏମିତି କରିବା ଏକ ପୁରୁଣା ପରମ୍ପରା । ଯେଉଁଠି ଜ୍ୱାଇଁଙ୍କୁ ସିଗାରେଟ୍ପିଆଇ ସ୍ୱାଗତ କରାଯାଏ କିଛି ଲୋକ ଏପରି ପରମ୍ପରାକୁ ବିଶ୍ୱାସ କରି ନଥିବା ବେଳେ ଅନ୍ୟ କେତେ ଜଣ କମେଣ୍ଟ୍କରିଛନ୍ତି ଯେ ବିହାର ଓଡ଼ିଶାରେ ଏପରି ପରମ୍ପରା ରହିଛି ତେବେ ଭିଡିଓଟିକୁ ୫. ମିଲିୟନରୁ ଅଧିକ ଲୋକେ ଦେଖିସାରିଲେଣି ।

Leave A Reply

Your email address will not be published.