Latest Odisha News

BREAKING NEWS

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି । ଏହାକୁ ଜ୍ୱାଇଁ ଚର୍ଚ୍ଚା ବି କୁହାଯାଏ।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ବରକୁ ଶାଶୂ ଓ ଶଶୁର ମିଶି ସିଗାରେଟ୍‌ ପିଆଉଛନ୍ତି। ସୋଫା ଉପରେ ବର ଜଣକ ବସିଥିବା ବେଳେ ତାଙ୍କ ଶାଶୂ ଏକ ସିଗାରେଟ୍‌ ତାଙ୍କ ପାଟିରେ ଲଗାଉଛନ୍ତି ଓ ଶଶୁର ଜଣକ ସେଥିରେ ନିଆଁ ଲଗାଉଛନ୍ତି। ଭିଡିଓରେ ଲେଖିଯାଇଛି ବିବାହରେ ବରଙ୍କୁ ମିଠା, ପାନ, ବିଡ଼ି ସହ ସ୍ୱାଗତ କରାଯାଉଛି।

ଆପଣ ଭାବୁଥିବେ ‌ଏ ଭିଡିଓଟି ହୁଏତ ଥଟ୍ଟାମଜ୍ଜା ପାଇଁ ବନାଯାଇଛି । କିନ୍ତୁ ସତ ହେଉଛି, ଦକ୍ଷିଣ ଗୁଜୁରାଟର ଏକ ଗ୍ରାମରେ ଏମିତି କରିବା ଏକ ପୁରୁଣା ପରମ୍ପରା । ଯେଉଁଠି ଜ୍ୱାଇଁଙ୍କୁ ସିଗାରେଟ୍‌ ପିଆଇ ସ୍ୱାଗତ କରାଯାଏ। କିଛି ଲୋକ ଏପରି ପରମ୍ପରାକୁ ବିଶ୍ୱାସ କରି ନଥିବା ବେ‌ଳେ ଅନ୍ୟ କେତେ ଜଣ କମେଣ୍ଟ୍‌ କରିଛନ୍ତି ଯେ ବିହାର ଓ ଓଡ଼ିଶାରେ ଏପରି ପରମ୍ପରା ରହିଛି। ତେବେ ଭିଡିଓଟିକୁ ୫.୭ ମିଲିୟନରୁ ଅଧିକ ଲୋକେ ଦେଖିସାରିଲେଣି ।

Comments are closed.