Latest Odisha News

BREAKING NEWS

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାତି ଅଧରେ ଦଳ ଦଳ ହୋଇ ବୁଲୁଛନ୍ତି ସିଂହ। ଫଳରେ ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭୟରେ ଘର ବାହାରକୁ ବାହାରି ପାରିନଥିଲେ ।

ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସିଂହ ବୁଲୁଥିବାରୁ ଚିତ୍ର କଏଦ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ ଦଳ ହୋଇ ୮ଟି ସିଂହ ଗାଁ ଭିତରକୁ ଚାଲି ଆସିଥିଲେ । ତେବେ କିଛି ସମୟ ପରେ ସମସ୍ତ ସିଂହ ଚାଲିଯାଉଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଗୁଜରାଟର ଗିର ଅଞ୍ଚଳ ସିଂହ ଅଭୟାରଣ୍ୟ ହୋଇଥିବାବେଳେ ଅମରେଲି ଜିଲ୍ଲା ଗିର୍ ଅଂଚଳର ପଡୋଶୀ ଜିଲ୍ଲା ରହିଛି ।

ଭାରତୀୟ ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି। ଅଧ ରାତିରେ ରାସ୍ତାରେ ଚଳ ପ୍ରଚଳ କରୁଥିବା ସିଂହମାନଙ୍କ ଏହି ଭିଡିଓରେ ଜଣାପଡୁଛି କି, ଏହା ଲୋକଙ୍କ ଚଳ ପ୍ରଚଳ ଅଞ୍ଚଳ । ଏହି ଭିଡିଓ ଟ୍ୱିଟରରେ ସେୟାର କରାଯାଇଥିବାବେଳେ, ଭିଡିଓଟିକୁ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ଏହି ଭିଡିଓକୁ ଦେଖିବା ପରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ସେମାନେ ମଣିଷକୁ ଡରୁଛନ୍ତି ଏବଂ ମୋଟରସାଇକେଲରେ ଆସୁଥିବା ବ୍ୟକ୍ତି ସେମାନଙ୍କ ଆଡକୁ ଆସୁଥିବାର ଦେଖି ସିଂହମାନେ ଚୁପଚାପ୍ ସେହି ସ୍ଥାନ ଛାଡି ପଳାଉଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, “କଂକ୍ରିଟ ଜଙ୍ଗଲରେ ବୁଲୁଥିବା ଏହି ସୁନ୍ଦର ଗର୍ବକୁ ଦେଖିବା ଏକ ଗର୍ବ ନା ଦୟା ?

 

 

Leave A Reply

Your email address will not be published.