Latest Odisha News

BREAKING NEWS

ବର ବଦଳରେ କନ୍ୟା ଆସିଲା ଘୋଡ଼ା ଚଢ଼ି, ଅତିଥି ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା ବିବାହ ସମୟରେ କନ୍ୟା ଘରର ଏକ କୋଣରେ ରହୁଥିଲେ । ରୀତିନୀତି କରିବା ପାଇଁ ବେଦୀକୁ ହାତେ ଓଢ଼ଣା ଦେଇ ଆସିବାକୁ ପଡ଼ୁଥିଲା । ବର କିମ୍ବା ବରଯାତ୍ରୀଙ୍କୁ ଆଖି ଉଠାଇ ଅନାଉ ନ ଥିଲା କନ୍ୟା । କିନ୍ତୁ ଆଜିକାଲି କନ୍ୟାମାନେ ନିଜ ବିବାହକୁ ବହୁତ ଖୁସିରେ ଉପଭୋଗ କରୁଛନ୍ତି । ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ନିକଟରେ ଜଣେ ଯୁବତୀ କନ୍ୟା ବେଶରେ ସଜ୍ଜିତ ହୋଇ ଘୋଡ଼ାରେ ବସି ମଣ୍ଡପକୁ ଆସିବା ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣକ କନ୍ୟା ବେଶରେ ସଜ୍ଜିତ ହୋଇଛନ୍ତି । ମଣ୍ଡପକୁ ଏଣ୍ଟ୍ରି କରିବା ଶୈଳୀ ଟିକେ ଥିଲା ନିଆରା । ସେ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିବା ସହ ଖୁବ୍ ସୁନ୍ଦର ଭାବେ ବିଭିନ୍ନ ଅଳଙ୍କାର ସଜ୍ଜିତ ହୋଇଛନ୍ତି । ଏକ ଘୋଡ଼ାରେ ବସି ମଣ୍ଡପରେ ଆସି ପହଞ୍ôଚଥିଲେ । ତାଙ୍କ ଆଗେ ଆଗେ ଯୁବକମାନେ ହାତରେ ଚୁନି ଧରି ଯାଉଥିଲେ । ଏହାକୁ ଦେଖି ବିବାହକୁ ଆସିଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସମସ୍ତେ ଅପେକ୍ଷା କରିଥିଲେ ବର ଘୋଡ଼ାରେ ଚଢ଼ି ଆସିବ । ହେଲେ ଆସିଥିଲେ ଘୋଡ଼ାରେ କନ୍ୟା ।

କନ୍ୟା ଜଣକ କହିଛନ୍ତି ଯେ, ପୁଅମାନେ କାହିଁକି ସବୁଥିରେ ମଜା ଉଠାଇବେ । ଆମେ ଝିଅମାନେ ମଧ୍ୟ ଏପରି କରିବା ଉଚିତ୍ । ତେଣୁ ବର ବଦଳରେ ମୁଁ ଘୋଡ଼ାରେ ଚଢି ଆସିବାକୁ ସ୍ଥିର କଲି ଏବଂ ଆସିଲି ମଧ୍ୟ । ଏହି ଭିଡ଼ିଓକୁ ଅନେକ ଲୋକ ବହୁତ ପସନ୍ଦ କରିଛନ୍ତି ।

Comments are closed.