ପାଟନା: ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ଏକ ବ୍ରିଜ ଭୁଶୁଡିବାର ୩ ସପ୍ତାହ ପରେ କିଷନଗଞ୍ଜ ଜିଲ୍ଲାରେ ଶନିବାର ପୁଣି ଏକ ନିର୍ମାଣଧିନ ବ୍ରିଜ ଭୁଶୁଡିଛି। ପାଟନାଠାରୁ ୪୦୦ କି.ମି ଦୂର ଜାତୀୟ ରାଜପଥ-୩୨୭ଇ ଉପରେ ମେଚି ନଦୀରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା। ବ୍ରିଜ ଭୁଶୁଡିବା ଫଳରେ କେହି ମୃତାହତ ହୋଇନଥିବା ବେଳେ ବ୍ରିଜର ଗୋଟିଏ ପିଲାର ଦବିଯିବାରୁ ଏହା ଭୁଶୁଡିବାର କାରଣ ବୋଲି କୁହାଯାଉଛି।
ମେଚି ନଦୀରେ ଏହି ବ୍ରିଜ ନିର୍ମିତ ହେବା ଫଳରେ କିଷନଗଞ୍ଜ ଓ କଟିହାର ମଧ୍ୟରେ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇପାରିବ। ଏନଏଚଏଆଇ ତତ୍ତ୍ୱବଧାନରେ ଏହି ବ୍ରିଜ୍ ନିର୍ମାଣ ହେଉଥିବା ବେଳେ ୧୫୦୦କୋଟି ବ୍ୟୟ ଅଟକଳରେ ଏହାକୁ ତିଆରି କରାଯାଉଥିଲା। ସେପଟେ ଘଟଣାର ତଦନ୍ତ କରିବା ଲାଗି ଏକ ୫ ଜଣିଆ କମିଟି ଗଠନ କରାଯାଇଥିବା ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ କହିଛନ୍ତି।
ସୂଚନାଥାଉକି, ଏହାପୂର୍ବରୁ ଜୁନ ୪ ତାରିଖରେ ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ୧,୭୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପୋଲ ଭୁଶୁଡି ପଡିଥିଲା। ୨୦୧୪ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ପୋଲ ଭୁଶୁଡିବାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ବ୍ରିଜ ନିର୍ମାଣ ନିଗମରୁ ଏକ ରିପୋର୍ଟ ମଗାଯାଇଥିଲା।
Comments are closed.