ଲଣ୍ଡନ: ରାଣୀ ଏଲିଜାବେଥ ପିନ୍ଧୁଥିବା ମୁକୁଟରୁ ହଟିପାରେ କୋହିନୂର ହୀରା । ଏଲିଜାବେଥଙ୍କ ପରେ ଏହି ମୁକୁଟ ପିନ୍ଧିବେ କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲା । ମହାରାଣୀ ଭାବେ ଅଭିଷିକ୍ତ ହେବା ପରେ କାମିଲା ଏହି ମୁକୁଟ ପିନ୍ଧିବେ । ହେଲେ ସେ ଏଲିଜାବେଥଙ୍କର ଏହି ମୁକୁଟ ପିନ୍ଧିବେ ନାହିଁ ବୋଲି ଜଣାଯାଇଛି । କାମିଲା ରାଣୀ ମେରୀଙ୍କ ମୁକୁଟ ପିନ୍ଧିବେ । ସେଥିପାଇଁ ୧୦୦ ବର୍ଷର ପୁରୁଣା ରାଣୀ ମେରୀଙ୍କର ପୁରୁଣା ମୁକୁଟର ମରାମତି କାମ ଚାଲିଛି । ଏ ନେଇ ବଙ୍କିଂହାମ ପାଲେସ ପକ୍ଷରୁ ଘୋଷଣା କରାଯାଇଛି । କାମିଲା କୁଆଡେ କୋହିନୂର ହୀରା ଖଚିତ ମୁକୁଟ ପିନ୍ଧିବେ ନାହିଁ । ସେଥିପାଇଁ ରାଣୀ ମେରିଙ୍କ ମୁକୁଟର ମରାମତି କାମ ଚାଲିଥିବା କୁହାଯାଉଛି ।
କିଙ୍ଗ ଚାର୍ଲସ-୩ଙ୍କର ୨ୟ ପତ୍ନୀ ହେଉଛନ୍ତି କାମିଲା । ରାଣୀ ଡାଏନାଙ୍କ ମୃତ୍ୟୁ ପରେ କିଙ୍ଗ ଚାର୍ଲସ କାମିଲାଙ୍କୁ ୨ୟ ବିବାହ କରିଥିଲେ । ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କାମିଲା ହେବେ ବ୍ରିଟେନର ପରବର୍ତ୍ତୀ ମହାରାଣୀ । ସେଥିପାଇଁ ମେ’ ୬ରେ ତାଙ୍କର ରାଜ୍ୟାଭିଷକ ହେବ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ସହ ସମ୍ପର୍କ ବିଗିଡିବା ଆଶଙ୍କାରେ ରାଜ ପରିବାର ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । କାମିଲାଙ୍କୁ ଔପଚାରିକ ଭାବେ ରାଣୀ ମାନ୍ୟତା ଦେବା ପାଇଁ ଆସନ୍ତା ମେ’ ୬ ତାରିଖରେ କ୍ୱିନ କନସର୍ଟର ଆୟୋଜନ କରାଯିବ । ଏହି ସମୟରେ କାମିଲା ମୁକୁଟ ପିନ୍ଧିବେ । ସେଥିପାଇଁ ରାଣୀ ମେରୀଙ୍କ ମୁକୁଟ ମରାମତି ପାଇଁ ପଠାଯାଇଥିବା ଜଣାଯାଇଛି ।
Comments are closed.