ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ବରିଷ୍ଠ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସୁଏଲା ବ୍ରେବରମେନଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ଭାରତୀୟ ମୂଳ ସୁଏଲାଙ୍କ ଏକ ଆଲେଖ୍ୟକୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଥିଲା । ଏଥିରେ ସୁଏଲା ଲଣ୍ଡନ ପୋଲିସକୁ ପାଲେଷ୍ଟାଇନ ସମର୍ଥକ ବୋଲି ଅଭିଯୋଗ ଆଣିଥିଲେ ।
ମିଡିଆ ରିପୋର୍ଟ ଅନୁସାରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ୟାବିନେଟ ଅଦଳବଦଳରେ ସୁଏଲାଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ସୁଏଲା ତାଙ୍କ ଲେଖାରେ ଅଭିଯୋଗ ଆଣିଛନ୍ତି, ପୋଲିସ ପାଲେଷ୍ଟାଇନ ସମର୍ଥକ ଆନ୍ଦୋଳନକାରୀଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଛନ୍ତି ।
ସୂଚନାଥାଉ କି, ଗତ ଶନିବାର ଦିନ ପାଲେଷ୍ଟାଇନ ସମର୍ଥକମାନଙ୍କର ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ପୋଲିସ ଯେଉଁପ୍ରକାର ଆନ୍ଦୋଳନକୁ ରୋକିଥିଲା ତାହାକୁ ନେଇ ସୁଏଲା କ୍ଷୁବ୍ଧ ହୋଇଥିଲେ । ସେ ତାଙ୍କର ଏକ ଆଲେଖ୍ୟରେ ଲଣ୍ଡନ ପୋଲିସ ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧକୁ ଯେପରି ଅଟକାଇଥିଲେ ତାହାକୁ କଡା ସମାଲୋଚନା କରିବା ସହ ରୁଷି ସୁନକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।
ସୁଏଲାଙ୍କର ଏହି ଲେଖାକୁ ନେଇ ଦକ୍ଷିଣପନ୍ଥୀ ପ୍ରଦର୍ଶନକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ ବଢୁଥିବାବେଳେ ସୁନକଙ୍କ ଉପରେ ସୁଏଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ମଧ୍ୟ ବଢିବାରେ ଲାଗିଥିଲା । ଏହାଭିତରେ କ୍ୟାବିନେଟ ଅଦଳବଦଳ ସମୟରେ ସୁନକ ସୁଏଲାଙ୍କୁ ବରଖାସ୍ତ କରିବା ଖବର ସାମ୍ନାକୁ ଆସିଛି ।
Comments are closed.