Latest Odisha News

BREAKING NEWS

ଚୀନ ସୀମା ନିକଟରେ ଭାଙ୍ଗିଥିବା ବେଲି ବ୍ରିଜକୁ ୬ ଦିନରେ ତିଆରି କଲେ ଭାରତୀୟ ସେନା

ପିଥୋରଗଡ: ଉତରାଖଣ୍ଡର ପିଥୋରଗଡରେ ୬ ଦିନ ତଳେ ବେଲୀ ବ୍ରିଜ ଭାଙ୍ଗି ଯାଇଥିଲା । ଚୀନ ସୀମା ନିକଟରେ ଥିବା ଏହି ବ୍ରିଜ ଭାରତୀୟ ସେନା-ଆଇଟିବିପି ପାଇଁ ଗୁରୁତ୍ୱପୂର୍ଣ୍ଣ । ସୀମା ସଡକ ସଂଗଠନର କଠିନ ପରିଶ୍ରମ ଯୋଗୁ ଏହି ବ୍ରିଜ ମାତ୍ର ୬ ଦିନ ରେକର୍ଡ ଟାଇମରେ ସମ୍ପୂର୍ଣ୍ଣ ହୋଇ ପାରିଥିଲା ।

ସେନା ପକ୍ଷରୁ ଓଜନଦାର ଟ୍ରକରେ ସାମଗ୍ରୀ ଓ ମେଶିନ ଅଣାଯାଉଥିବା ବେଳେ ବ୍ରିଜ ଭାଙ୍ଗି ଯାଇଥିଲା । ୭୦ ଶ୍ରମିକ ସେନା ସହାୟତାରେ ୧୨୦ ଫୁଟ ଲମ୍ବା ଏହି ବ୍ରିଜ ତିଆରି କରିଥିଲେ । ଯୁଦ୍ଧ ପରିସ୍ଥିତିରେ ଚୀନ ସୀମା ନିକଟରେ ଭାରତୀୟ ସେନାକୁ ଏହି ରାସ୍ତା ଦେଇ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇପାରିବ ।

Leave A Reply

Your email address will not be published.