ରାଉରକେଲା: ଇସ୍ପାତ ସହର ରାଉରକେଲାର ଉଦିତନଗର ସ୍ଥିତ କାନାରା ବ୍ୟାଙ୍କ ନିକଟରେ ଥିବା ଏକ ମୋଟରସାଇକେଲ ଡିକି ଭାଙ୍ଗି ଲୁଟ ଅଭିଯୋଗ । ସ୍ପଷ୍ଟ ଦିବାଲୋକରେ ଗାଡି ଡିକି ଭାଙ୍ଗି କିଛି ଦୁର୍ବୁତ୍ତ ୧.୯୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ସୁନ୍ଦରଗଡର ବେଲଡିହି ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ସ୍ଥାନୀୟ ପାୱାର ହାଉସ୍ ରୋଡର ଏକ କାର୍ଯ୍ୟାଳୟରୁ ନଗଦ ଟଙ୍କା ସଂଗ୍ରହ କରିଥିଲେ। ତାଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉଦିତନଗର ଶାଖାରେ ଜମା କରିବାକୁ ଯିବାର ଥିଲା । ବ୍ୟାଙ୍କରେ ଭିଡ଼ ଥିବାରୁ ସେ ଡିକିରେ ଉକ୍ତ ୧.୯୧ ଲକ୍ଷ ଟଙ୍କା ରଖି ଆରଟିଜିଏସ୍ ପାଇଁ ଉକ୍ତ ଅଞ୍ଚଳର କାନାରା ବ୍ୟାଙ୍କ ଶାଖାକୁ ଯାଇଥିଲେ।
ସେ ବ୍ୟାଙ୍କରେ ଥିବାବେଳେ ଦୁର୍ବୁତ୍ତ ମାନେ ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ଦିନ ପ୍ରାୟ ୧ ଟା ସମୟରେ ଏହି ଘଟଣା ଘଟିଛି। ଉଦିତନଗର ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିବା ସୂତ୍ରରୁ ପ୍ରକାଶ।
Comments are closed.