Latest Odisha News

BREAKING NEWS

୬୮ଏକର ସରକାରୀ ଜମି ବିକିଦେଲେ ଦଲାଲ: ଇଓଡବ୍ଲ୍ୟୁରେ ଏତଲା ଦେଲା ବିଡିଏ

ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ । ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ୱା ଦେଖାଇ ବିକ୍ରି କରିଦେଇଛନ୍ତି । ଏମିତି ଘଟଣା ଘଟିଛି ସାମପୁର ମୌଜାରେ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଏତଲା ଦେଇଛି ବିଡିଏ ।

ସାଧାରଣ ପ୍ରଶାସନ (ଜିଏ) ତରଫରୁ ସାମପୁର ମୌଜାରେ ଏକର ୬୮.୪୪୫ ଡିସିମିିଲି ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋଡେବୁଲ୍ ହାଉସିଂ ପ୍ରୋଜେକ୍ଟ ଲାଗି ଅନୁମତି ମିଳିଛି । ତେବେ ଆଫୋଡେବୁଲ ପ୍ରୋଜେକ୍ଟ ହେବା ପୂର୍ବରୁ କେତେକ ଦଲାଲ ସେହି ଜମିକୁ ମାଡି ବସିଛନ୍ତି । ଏପରିକି ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ମାଲିକାନା ସତ୍ତ୍ୱ ବଳରେ ୧୦ଜଣଙ୍କୁ ଏହି ସରକାରୀ ଜମିର କିଛି ଅଂଶ ବିକ୍ରି କରି ଦେଇଥିବା ବିଡିଏ ତଦନ୍ତରୁ ଜଣାପଡିଛି । ଆଉ ବାକି ଜମିକୁ ବିକ୍ରି କରିବା ପାଇଁ ଦଲାଲମାନେ ମସୁଧା ଚଳାଇଛନ୍ତି । ଏହି ଘଟଣା ବିଡିଏ ଜାଣିବା ପରେ ମାନସ ନାୟକ ଏବଂ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ଏତଲା ଦାୟର କରିଛି ।

Leave A Reply

Your email address will not be published.