ବ୍ରହ୍ମପୁର:ଜମି ନାହିଁ ହେଲେ ୧୫ ଲକ୍ଷରେ ବିକ୍ରି ହୋଇଛି ଜମି। କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଅଞ୍ଚଳରେ ଏଭଳି ଏକ ଜମି ଠକେଇ ସାମ୍ନାକୁ ଆସିଛି। ଜମି କିଣିଥିବା ବ୍ୟକ୍ତି ଟଙ୍କା ମାଗିବା ପରେ ମଧ୍ୟସ୍ଥି ତାଙ୍କୁ ହତ୍ୟା ଧମକ ଦେଉଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ନଂ ୪୬୫/୨୨ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନାପ୍ରକାରେ, ହଳଦିଆପଦର ନିକଟସ୍ଥ ନିବାସ ଗ୍ରାମର ମନୋରଞ୍ଜନ ବେହେରା ଆଜକୁ ବର୍ଷେ ତଳେ ବାଇଗଣବାଡି ଛକର ଟୁନା ଦାସଙ୍କ ଜରିଆରେ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଗ୍ରାମରେ ୧୦ ଜଣ ବ୍ୟକ୍ତିଙ୍କ ନାମରେ ଥିବା ମୋଟ ୦.୮୫୦ ଏକର ଜମି କିଣିଥିଲେ। ଏଥିପାଇଁ ସେ ମଧ୍ୟସ୍ଥି ଟୁନାଙ୍କ ଜରିଆରେ ମୋଟ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଜମି କିଣିବା ପରେ ତାହା ପଞ୍ଜୀକୃତ ମଧ୍ୟ ହୋଇଥିଲା। ହେଲେ କିଛିଦିନ ପରେ ସେ କିଣିଥିବା ଜମି ବାସ୍ତବରେ ଜମି ନୁହଁ, ବରଂ ଏକ ରାସ୍ତା ବୋଲି ମନୋରଞ୍ଜନ ଜାଣିବାକୁ ପାଇଥିଲେ। ମନୋରଞ୍ଜନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। କେବଳ କାଗଜପତ୍ରରେ ତାଙ୍କୁ ଜମି ବିକ୍ରି କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଟଙ୍କା ଫେରାଇବାକୁ ସେ ଟୁନାଙ୍କୁ କହିଥିଲେ। ହେଲେ ଟୁନା ଟଙ୍କା ଫେରାଇବାକୁ ମନା କରିଦେଇଥିଲେ। ଏପରିକି ମନୋରଞ୍ଜନଙ୍କୁ ଗାଳିଗୁଲଜ କରି ଟଙ୍କା ମାଗିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ଟୁନା ସଦର ଥାନାରେ ଅଭିଯୋଗ କରିଥିଲେ।
BREAKING NEWS
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
Comments are closed.