Latest Odisha News

BREAKING NEWS

ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଫାୟାରିଂ: ୧୩ ଆହତ, ୨ ଗୁରୁତର

ବ୍ରୁକଲିନ: ଆମେରିକାର ନ୍ୟୁୟର୍କରେ ଥିବା ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଆଜି ଜଣେ ଆତତାୟୀ ମନଇଚ୍ଛା ଗୁଳି ଚାଳନା କରିଛି । ଏଥିରେ ୧୩ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯିବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ସମୟରେ କେତେକ ଅଫୁଟା ବୋମା ମଧ୍ୟ ଜବତ କରାଯାଇଛି । କନଷ୍ଟ୍ରକ୍ସନ ୱାର୍କସଙ୍କ ପୋଷାକ ପିନ୍ଧି ଆତତାୟୀ ଏ ଭଳି କାଣ୍ଡ ରଚିଥିଲା ।

ଆମେରିକା ସମୟ ୮ଟା୩୦ ବେଳେ ଲୋକ ସବୁଦିନ ପରି ମେଟ୍ରୋ ଷ୍ଟେସନରେ ପଂହଚିଥିଲେ । ହଠାତ ବୋମା ବିସ୍ଫୋରଣର ଶବ୍ଦ ଏବଂ ଗୁଳି ଚାଳନାରେ ପରିବେଶ ଧୂଆଁମୟ ହୋଇ ପଡିଥିଲା । କିଛି ସମୟ ପରେ ଷ୍ଟେସନରେ କ୍ଷତାକ୍ତ ଅବସ୍ଥା ଲୋକମାନେ ପଡି ରହିଥିଲେ । ଏବେ ଟ୍ରେନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି । କେଉଁ ଉଦ୍ଦେଶ୍ୟ ନେଇ ଏ ଭଳି କାଣ୍ଡ ଆତତାୟରଜଣକ ରଚିଲା ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.