କଟକ : କଟକରୁ ପୁଣି ଧରା ହେଲା ଧଳା ଜହର । ବାଲିଯାତ୍ରା ପଡ଼ିଆ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କମିସନରେଟ୍ ପୋଲିସ ସୂଚନା ଦିଆଯାଇଛି । ବ୍ରାଉନସୁଗାର୍ କାରବାର ଘଟଣାରେ ବାପା ପବିତ୍ର ମହାନ୍ତି ଓ ପୁଅ ନିରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ଗିରଫ ବାପା-ପୁଅ ମହାନଦୀ କୂଳରେ ବୁଲୁଥିବାର ଦେଖା ଯାଇଥିଲା । ସନ୍ଦେହରେ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢ଼ାଉ ବେଳେ ସେମାନଙ୍କ ଠାରୁ ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା । ଗିରଫ ବାପ-ପୁଅଙ୍କ ଘର ଜଗତସିଂହପୁର ଜିଲ୍ଲା ଇଟାପଡ଼ା ଅଞ୍ଚଳରେ ବୋଲି ଅତିରିକ୍ତ ଡିସିପି ଅନିଲ୍ ମିଶ୍ର ସୂଚନା ଦେଇଛନ୍ତି ।
BREAKING NEWS
- ପାଣି ଭର୍ତ୍ତି ଗାତକୁ ଖସିଲା କାର, ଦମ୍ପତି ମୃତ
- ପ୍ରବଳ ବର୍ଷା ଆଶଙ୍କା; ଆଜି ଯାଜପୁରରେ ବନ୍ଦ ରହିବ ସ୍କୁଲ
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି

Comments are closed.