Latest Odisha News

BREAKING NEWS

ଖୋର୍ଦ୍ଧାରୁ ବ୍ରାଉନସୁଗର ଜବତ, ଜଣେ ଅଟକ

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ  ପରେ ଖୋର୍ଦ୍ଧାରୁ ଜବତ ହୋଇଛି ବ୍ରାଉନସୁଗର । ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ କଟକ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟିଙ୍କ ଘର ଓ ପ୍ରାଣୀଧନ ଚିକିତ୍ସାଳୟ ନିକଟ ପରିବା ଦୋକାନରୁ ଅବକାରୀ ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି । ଏଥିରେ ସଂପୃକ୍ତ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.