Latest Odisha News

କଟକରୁ ୨୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

କଟକ: କଟକର ପୀରବଜାର ଅଞ୍ଚଳରୁ ସୋମବାର ଭୋର ପ୍ରାୟ ୪ଟା ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି ।

ଗିରଫ ଯୁବକଙ୍କ ନାମ କର୍ଣ୍ଣ ଚନ୍ଦ୍ର ଦାସ (୨୯) ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ ଦିନକୁ ଦିନ ଏହି ନିଶା କାରବାର ବଢୁଥିବା ବେଳେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Comments are closed.