Latest Odisha News

BREAKING NEWS

୨୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାରିପଦା: ବ୍ରାଉନସୁଗାର ଜବତ ମାମଲାରେ ବାରିପଦା ଟାଉନ ପୋଲିସର ଏକ ଟିମ୍ ରବିବାର ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ଗୋବିନ୍ଦ ପାଲ (୪୨) ହୋଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନା ଅନ୍ତର୍ଗତ ଟକଟପୁରର ବାସିନ୍ଦା ବୋଲି ଜଣାପଡିଛି।

ତାଙ୍କ ନିକଟରୁ ପୋଲିସ ୧୯୯.୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଛି। ବାରିପଦାସ୍ଥିତ ଗୋଲାପୋଲା ନିକଟରେ ପୋଲିସ ତାଙ୍କୁ ବାନ୍ଧିଥିଲା।

 

Comments are closed.