Latest Odisha News

BREAKING NEWS

Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ

ପୁରୀ: ପୁରୀ ବ୍ରହ୍ମଗିରି ଥାନା ପୋଲିସ ୭ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ମା’ ପାଦୁକେଇ ମନ୍ଦିର ମେଳଣ ପଡ଼ିଆରୁ ୭ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୧୯ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୧୨ ହଜାର ୫ ଶହ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି।

ସୂଚନାଥାଉକି, ସେମାନଙ୍କ ଠାରୁ ଗୋଟିଏ ଚାରି ଚକିଆ ଏବଂ ତିନୋଟି ଦୁଇ ଚକିଆ ସହିତ ୧୦ଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି। ଖୋର୍ଦ୍ଧାରୁ ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣି ପୁରୀରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ତାଳବଣିଆ ଅଞ୍ଚଳର ସୁଜିତ ନାୟକ, ନାରାୟଣ ପ୍ରଧାନ, ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରର ଦୀପକ ପଣ୍ଡା, ଖୋର୍ଦ୍ଧାର ବିଭୂତି ଭୂଷଣ ପଟ୍ଟନାୟକ, ବ୍ରହ୍ମଗିରିର ଶିବପ୍ରସାଦ ସେଠୀ, ପପୁନ୍ ସୁନ୍ଦରା ଏବଂ ବିଶେଶ୍ବର ନାୟକ।

ସେପଟେ ପୁରୀ ଏସପି କହିଛନ୍ତି ନିଶା ମାଫିଆଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଖୁବଶୀଘ୍ର ସେମାନଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

 

Comments are closed.