ଭୁବନେଶ୍ବର: ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । କାରରୁ ୨୫୬ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସତ୍ୟବାଦୀ ପରିଡ଼ାଙ୍କୁ ଗିରଫ କରିଛି ଓ ଅଧିକ ପଚରାଉଚରା କରୁଛି ।
ତେବେ ବ୍ରାଉନସୁଗାର କେଉଁଠାରୁ ଆସୁଥିଲା ଏବଂ ଏହି କାରବାର ପଛରେ ଆଉ କାହାର ହାତ ଅଛି, ସେନେଇ ଖୋଳତାଡ଼ ଜାରି ରହିଛି ।
